ନୂଆଦିଲ୍ଲୀ, 6 ଜୁଲାଇ (ହି.ସ.)- ଆଜି ହେଉଛି
ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିର ଶୁଭେଚ୍ଛା
ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତିବ୍ବତୀୟ ଧର୍ମଗୁରୁ ପରମ ପବିତ୍ର ଦଲାଇ ଲାମାଙ୍କୁ ତାଙ୍କର
ଜନ୍ମଦିନ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଜଣାଉଛି।
ତାଙ୍କର ସୋସିଆଲ ମିଡିଆ
ହ୍ୟାଣ୍ଡେଲରେ ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି ଯେ, ପରମ ପବିତ୍ର ଦଲାଇ ଲାମାଙ୍କୁ ଜନ୍ମଦିନର ହାର୍ଦ୍ଧିକ
ଶୁଭେଚ୍ଛା। ଶାନ୍ତି, ଆଶା, କରୁଣା ଏବଂ ଜ୍ଞାନର
ଜାଗତିକ ପ୍ରତୀକ ଭାବରେ ସେ ଅହିଂସା, ସମରସତା ଓ ବିଶ୍ୱ ଏକତାର ବାଣୀ ଦ୍ୱାରା ସାରା ବିଶ୍ୱର ଅନେକ ଲୋକଙ୍କୁ
ପ୍ରେରିତ କରିଛନ୍ତି। ତାଙ୍କଙ୍କ ଦୀର୍ଘ ଓ ସୁସ୍ଥ ଜୀବନର କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା