ଭୁବନେଶ୍ୱର, 6 ଜୁଲାଇ (ହି.ସ.)- କୋରାପୁଟର କଫି ବଗିଚା ବୁଲିଲେ କେନ୍ଦ୍ର ଶିକ୍ଷା
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ
ବଂଶୀ ସୁରଜ୍, ଗଣ ଶିକ୍ଷା
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,
ପ୍ରାଣୀ ଓ ପଶୁ
ସମ୍ପଦ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ ମଧ୍ୟ କଫି ଗାର୍ଡେନ ବୁଲିଛନ୍ତି। 7000 ହେକ୍ଟର ପରିମିତ ଜମିରେ କଫି ବୋର୍ଡ କଫି ଚାଷ
କରୁଥିବା ବେଳେ ବାର୍ଷିକ ୬୦୦ ଟନ କଫି ଉତ୍ପାଦନ ହେଉଛି। ଯାହାର ବାର୍ଷିକ ଆନୁମାନିକ
ମୁଲ୍ୟ ୩୦ କୋଟିରୁ ଅଧିକ ହେବ। କଫିର ' ର ' ମ୍ୟାଟେରିଆଲ ପର୍
କେଜି ୫୦୦ ଟଙ୍କା ବିକ୍ରି କରାଯାଉଥିବା ବେଳେ ଆଗକୁ ସ୍ଥାନୀୟ ଏସଏଚଜିମହିଳା ଓ ସ୍ଥାନୀୟ
ଆଦିବାସୀ ଲୋକଙ୍କୁ ସାମିଲ କରି ୬ ଟି ଜିଲ୍ଲାରେ ୮୦ ହଜାର ଏକର ପରିମିତ ଜମିରେ ଆଗକୁ କଫି ଚାଷ
କରିବା ନେଇ ଲକ୍ଷ୍ୟ ରଖାଯାଇଛି। ୧୯୭୮ ମସିହାରୁ ଏହି କଫି ବୋର୍ଡ ଆରମ୍ଭ କରାଯାଇଥିବା ବେଳେ ଓଡ଼ିଶାରୁ
କେହି ମେମ୍ୱର୍ ନଥିବା ଯୋଗୁଁ ଏହା ତ୍ୱରିତ ବେଗରେ ବଢ଼ି ପାରୁନଥିବା କଥା କଫି ବୋର୍ଡ଼ର
କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ଏହାର ସମାଧାନ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ
ସହ ଆଲୋଚନା କରି ଏହାର ସମାଧାନ ଦିଗରେ ଆଗକୁ ପଦକ୍ଷେପ ନେବା ସହ ଅଞ୍ଚଳ ବାସୀଙ୍କୁ କେନ୍ଦ୍ର
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶୃତି ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା