ଭୁବନେଶ୍ୱର, ଜୁଲାଇ ୦୬ (ହି.ସ.)
- ଅବିଭକ୍ତ
କୋରାପୁଟ ଜିଲ୍ଲାର ୪ ଜିଲ୍ଲାକୁ ନେଇ ଶିକ୍ଷା ବିଭାଗର ସମୀକ୍ଷା ବୈଠକ । ବୈଠକରେ ଉପସ୍ଥିତ
ଅଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ କେନ୍ଦ୍ର ଶିକ୍ଷା ବିଭାଗ ଓ ରାଜ୍ୟ
ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ମାନେ । କୋରାପୁଟ ସଦଦ୍ଭାବନା
ଗୃହରେ ଚାଲିଛି ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ। ଶିକ୍ଷା ବିଭାଗ ସହ ଜିଲ୍ଲାପାଳ ଓ ଏସପି ଙ୍କ ଉପସ୍ଥିତିରେ
କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ବିଭାଗର କାର୍ଯ୍ୟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଚାଲିଛି ସମୀକ୍ଷା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା