ଭୁବନେଶ୍ୱର, 6 ଜୁଲାଇ (ହି.ସ.)- ହୀରାକୁଦ ଗେଟ ଖୋଲିବା ପରେ ସେଚ ସଦନରେଉନ୍ନୟନ କମିଶନର ସମୀକ୍ଷା କରାଯାଇଛି । ବିଭିନ୍ନ ନଦୀର ଜଳସ୍ତର ବଢୁଥିବା ବେଳେ ବନ୍ୟା ଆଶଙ୍କା
ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।
ସତର୍କ ରହିବାକୁ ସବୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଉନ୍ନୟନ
କମିଶନର ତଥା ଜଳ ସମ୍ପଦ ସଚିବ ଅନୁ ଗର୍ଗ । ସମୀକ୍ଷା ବୈଠକ ପରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ
ଯନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ରେଙ୍ଗାଲିରେ ଗତକାଲି ଗୋଟିଏ ଗେଟ ଖୋଲିଥିଲା । ଉପର ମୁଣ୍ଡରେ
ବର୍ଷା ବଢିବା ଯୋଗୁଁ ଆଜି ଆଉ ଗୋଟିଏ ଗେଟ ଖୋଲା ଯାଇଛି । ତଳ ମୁଣ୍ଡକୁ ପାଣି ପହଂଚିବାକୁ 24 ଘଣ୍ଟା ଲାଗୁଥିଲେ
ମଧ୍ୟ ବନ୍ୟା ଆସିବାର ସମ୍ଭାବନା ନାହିଁ । ସେହିପରି ମହାନଦୀ ଉପର ମୁଣ୍ଡରେ ଗତକାଲି ପ୍ରବଳ
ବର୍ଷା ଯୋଗୁଁ ବଢିଛି ଜଳସ୍ତର । ଆଜି ପୂଜାର୍ଚନା ପରେ ପର୍ଯ୍ୟାୟ କ୍ରମେ 12 ଟି ଗେଟ ଖୋଲାଯିବ । ହୀରାକୁଦକୁ ଏବେ 2 ଲକ୍ଷ କ୍ୟୁସେକ ଜଳ
ପ୍ରବାହିତ ହେଉଥିବା ବେଳେ ଗେଟ ଖୋଲାଯିବା ପରେ 2 ଲକ୍ଷ କ୍ୟୁସେକ ଜଳ ନିସ୍କାସିତ ହେବ । ମହାନଦୀ ତଳ
ମୁଣ୍ଡରେ ଜଳ ସ୍ତର କମ ଅଛି । ତେଣୁ ହୀରାକୁଦରୁ ଆସୁଥିବା ପାଣି ବନ୍ୟା ଆଣିବ ନାହିଁ । ବୈତରଣୀ
ଅବବାହିକରେ ଵି ଅଧିକ ବର୍ଷା ଯୋଗୁଁ ଜଳ ସ୍ତର ବଢିଛି । ତଥାପି ବନ୍ୟାର ସମ୍ଭବନା ନାହିଁ
କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା