ଦଳର କ୍ୟାଡର ଭିତରୁ ଜଣେ ସଭାପତି ହେବେ-  ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, 6 ଜୁଲାଇ (ହି.ସ.)- ଦଳର କ୍ୟାଡର ଭିତରୁ ଜଣେ ସଭାପତି ହେବେ ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି । ଆମ ଦଳରେ ସଭାପତି ବଡ ନୁହେଁ । କେବଳ ମିଟିଂ ପରିଚାଳନା କରିବେ । ସରକାର ଆଉ ଦଳର ପରିଚାଳନା ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ରାଜ୍ୟ
ଦଳର କ୍ୟାଡର ଭିତରୁ ଜଣେ     ସଭାପତି ହେବେ-  ଜୟ ନାରାୟଣ ମିଶ୍ର


ଭୁବନେଶ୍ୱର, 6 ଜୁଲାଇ (ହି.ସ.)- ଦଳର କ୍ୟାଡର

ଭିତରୁ ଜଣେ ସଭାପତି ହେବେ ବୋଲି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି । ଆମ ଦଳରେ

ସଭାପତି ବଡ ନୁହେଁ । କେବଳ ମିଟିଂ ପରିଚାଳନା କରିବେ ।

ସରକାର ଆଉ ଦଳର ପରିଚାଳନା

ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ରାଜ୍ୟ ସଭାପତି ବଡ ଦାୟିତ୍ଵ ରହିଛି । ଆଗକୁ ବିଜେପିର

ଏକ ସ୍ବତନ୍ତ୍ର ଟିମ ହେବ । ଏ ଟିମ ପଦକ୍ଷେପ ନେବ ସରକାର ଆଉ ସଂଗଠନର ସମନ୍ଵୟ କିଭଳି ରହିବ ।

ସଭାପତି ଚୟନ ନେଇ ନିର୍ବାଚନ ହେବ । ତେବେ ଏକ ରୁ ଅଧିକ ନାମାଙ୍କନ ନ ଭରିଲେ ଜଣଙ୍କ ନାଁ ରେ

ମୋହର ବାଜିବ । ସମସ୍ତଙ୍କ ସହ ଆଲୋଚନା ହୋଇ ସହମତ ଭିତ୍ତିରେ ମଧ୍ୟ ସଭାପତି ଚୟନ ହୋଇପାରେ । ମୁଁ

ରାଜ୍ୟ ସଭାପତି ନେଇ ଆଶାବାଦୀ ନାହିଁ । ସଭାପତି ପଦ ଦେଲେ ସଭାପତି ହେବି ନାହିଁ । ମତେ ଯାଚି କି

ଦେଲେ ବି ହେବି ନାହିଁ ସଭାପତି ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande