ଭୁବନେଶ୍ୱର, 6 ଜୁଲାଇ (ହି.ସ.)
- ପଶ୍ଚିମ
ଆଫ୍ରିକାରେ କିଡନାପ ହୋଇଥିବା ଗଂଜାମ ଯୁବକଙ୍କ ଉଦ୍ଧାର ପାଇଁ ସରକାର ପଦକ୍ଷେପ ନେଉଛନ୍ତି
ବୋଲି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମ ଆଫ୍ରିକାରେ ଆତଙ୍କବାଦୀ
କିଛି ଭାରତୀୟଙ୍କ କିଡନାପ କରିଥିବା ବେଳେ ମୋ ଅଂଚଳର ମଧ୍ୟ ଜଣେ ଲୋକ ସେଠି କିଡନାପ ହୋଇଛି ।
ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧରେ ଦୃଢ଼ ଜାର୍ଯ୍ୟନୁଷ୍ଠାନ ନେଉଛନ୍ତି। ଆଉ ଏହି ପିଲାଙ୍କୁ
ଉଦ୍ଧାର କରିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ମୋ ଜିଲାରୁ ରମନ ନାମକ ଜଣେ ବ୍ୟକ୍ତି
କିଡନାପ ହୋଇଛି। ସରକାର ଉଦ୍ଧାର କରିବା ପାଇଁ
ବ୍ୟବସ୍ଥା କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା