ଭୁବନେଶ୍ୱର, 6 ଜୁଲାଇ (ହି.ସ.)- ଓଡ଼ିଶାର
ଗର୍ବ ଅନିମେଷ କୁଜୁରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଗ୍ରୀସରେ ଆୟୋଜିତ ଡ୍ରୋମିଆ
ଇଣ୍ଟରନ୍ୟାସନାଲ ସ୍ପ୍ରିଣ୍ଟ ଏବଂ ରିଲେ ମିଟ୍ ର ପୁରୁଷ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ନିଜର
ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦ୍ଵାରା ଜାତୀୟ ରେକର୍ଡ ହାସଲ କରିଥିବା ଓଡ଼ିଶାର ଗର୍ବ ଅନିମେଷ
କୁଜୁରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର
ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା