ଭୁବନେଶ୍ୱର, 6 ଜୁଲାଇ (ହି.ସ.)
ଡ଼ଃ ଶ୍ୟାମା ପ୍ରସାଦ
ମୁଖାର୍ଜୀଙ୍କ ଜୟନ୍ତୀରେତାଙ୍କୁ
ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ରାଷ୍ଟ୍ରଭକ୍ତ, ଭାରତୀୟ ଜନସଂଘର
ସଂସ୍ଥାପକ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।
ଦେଶର ଅଖଣ୍ଡତା ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା