ଭୁବନେଶ୍ୱର, 6 ଜୁଲାଇ (ହି.ସ.)
- ଓଡ଼ିଶାରେ
ମହାଭାରତର 'ଦୁର୍ଯ୍ୟୋଧନ' । ଲୋକପ୍ରିୟ
ହିନ୍ଦୀ ଧାରାବାହିକ ମହାଭାରତରେ ଦୁର୍ଯ୍ୟୋଧନ ଚରିତ୍ର କରିଥିବା ପୁନୀତ୍ ଇସାର ଓଡ଼ିଶା
ଆସିଛନ୍ତି । ଓଡ଼ିଆ ଫିଲ୍ମ ଚ୍ୟାଲେଞ୍ଜ ରେ ଦେଖିବାକୁ ମିଳିବ ବଲିଉଡ ଅଭିନେତା
ପୁନୀତ ଇସାରଙ୍କ ଦମଦାର ଅଭିନୟ । ପ୍ରଥମ ଥର ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ
ମିଳିଥିବାରୁ ବେଶ ଉତ୍ସାହିତ ଥିବା ପୁନୀତ କହିଛନ୍ତି । ପ୍ରଥମ ଥର ଓଡ଼ିଶା ଆସିଥିବା ବେଳେ
ଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି କହିଛନ୍ତି ପୁନୀତ । ଓଲିଉଡ଼ ଅଭିନେତା ଅର୍ଧେନ୍ଦୁଙ୍କ ନୂଆ
ଫିଲ୍ମ ଚ୍ୟାଲେଞ୍ଜ ର କିଛି ଭାଗ ହାଇଦ୍ରାବାଦରେ ସୁଟିଂ ହୋଇଥିବା ବେଳେ ଆଉ କିଛି
ସିନ୍ ଓଡ଼ିଶାରେ ସୁଟିଂ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା