ଯାଜପୁର ଜିଲା ସ୍ୱଚ୍ଛ ଭାରତ ଅଭିଯାନ ପକ୍ଷରୁ ଚାରାରୋପଣ
ଧର୍ମଶାଳା, ୬ ଜୁଲାଇ (ହି.ସ.)- ବନମହୋତ୍ସବ ସପ୍ତାହ ଅବସରରେ ଯାଜପୁର ଜିଲାର ରାଜନୈତିକ ଦଳ ଓ ବିିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଉଛି । ଏହି କ୍ରମରେ ଜିଲା ସ୍ୱଚ୍ଛ ଭାରତ ଅଭିଯାନ ପକ୍ଷରୁ ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ୩୬ ନଂ ଜୋନ ବ୍ରହ୍ମବରଦାଠରେ ମା
ଯାଜପୁର ଜିଲା ସ୍ୱଚ୍ଛ ଭାରତ ଅଭିଯାନ ପକ୍ଷରୁ ଚାରାରୋପଣ


ଧର୍ମଶାଳା, ୬ ଜୁଲାଇ (ହି.ସ.)- ବନମହୋତ୍ସବ ସପ୍ତାହ ଅବସରରେ ଯାଜପୁର ଜିଲାର ରାଜନୈତିକ ଦଳ ଓ ବିିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଉଛି । ଏହି କ୍ରମରେ ଜିଲା ସ୍ୱଚ୍ଛ ଭାରତ ଅଭିଯାନ ପକ୍ଷରୁ ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ୩୬ ନଂ ଜୋନ ବ୍ରହ୍ମବରଦାଠରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ସ୍ୱଚ୍ଛ ଭାରତ ଅଭିଯାନର ସଂଯୋଜକ ପ୍ରଫୁଲ୍ଲ ଗିରିଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ସହ-ସଂଯୋଜକ କାଳନ୍ଦୀ କଣ୍ଠ,ସହ-ସଂଯୋଜିକା ସୁଜାତା ମହାନ୍ତି, ୩୬ ନଂ ଜୋନ ସଂଯୋଜକ ଅଚ୍ୟୁତ ମହାଳିକ, ବ୍ରହ୍ମବରଦା ମଣ୍ଡଳ ସଭାପତି ମିଥୁନ କୁଣ୍ଡୁ, ଜିଲା କୃଷକ ମୌର୍ଚ୍ଚା ଉପସଭାପତି ସୌଭାଗ୍ୟ ମିଶ୍ର,ଓ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକରିଣୀ ସଦସ୍ୟ ଅନିଲ ରାଉତ, ଆଶୁତୋଷ ବାରିକ, ମମତା ସାହୁ, ସୁମିତ୍ରା ବେହେରା, ରଂଜନ ପତି, ଗୌରାଙ୍ଗ ସାମଲ, ନଟବର ସାହୁ, ରମେଶ ଚନ୍ଦ୍ର ଜେନା, ନବଘନ ପାଣ୍ଡେ, ସଂଜୟ ପଣ୍ଡା, ମାନସ ଦାସ, ଅମିତ୍ ନାୟକ, ସଂଜୟ ବେହେରା, ସୁରେନ୍ଦ୍ର ବେହେରା ଓ ଚିତ ରଂଜନ ଦାସ ପ୍ରମୁଖ ଯୋଗଦେଇ ବିଭିନ୍ନ ସ୍ଥାନରେ ଚାରାରୋପଣ କରିବା ସହିତ ଏହାର ରକ୍ଷଣାବେକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande