ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ବିଜେପି
ରାଜ୍ୟ ସଭାପତି ଘୋଷଣା ହେବା ପରେ ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଏନେଇ ସୋସିବଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା
ବିଜେପିର ରାଜ୍ୟ ସଭାପତି ଭାବରେ ପୁନଃନିର୍ବାଚିତ ହୋଇଥିବାରୁ ଶ୍ରୀ ମନମୋହନ ସାମଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
ଆପଣଙ୍କ ଦୃଢ଼ ନେତୃତ୍ୱ, ବିଚକ୍ଷଣ ସାଙ୍ଗଠନିକ ଦକ୍ଷତା ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ପ୍ରତି
ଅପାର ସମର୍ପଣ ଓଡ଼ିଶାରେ ବିଜେପିକୁ ଏକ ନୂତନ ପରିଚୟ ଦେଇଛି ।
ଆଗାମୀ ସମୟରେ ଆପଣଙ୍କ ନେତୃତ୍ୱରେ
ବିଜେପିର ସଙ୍ଗଠନ ଆହୁରି ଶକ୍ତିଶାଳୀ ହେବା ସହ ଓଡ଼ିଶାର ମଙ୍ଗଳମୟ ଭବିଷ୍ୟତ ପାଇଁ ପ୍ରେରଣାଦାୟୀ
ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା