ସୋନପୁର ଠାରେ ବୀର ମିତ୍ରୌଦୟ ସିଂହଦେଵଙ୍କ ୧୫୧ତମ ଜୟନ୍ତୀ ପାଳନ
ସୁବର୍ଣ୍ଣପୁର, ୮ ଜୁଲାଇ (ହି.ସ.)- ବୀରମିତ୍ରୌଦୟ ସିଂହଦେଵଙ୍କ ୧୫୧ ତମ ଜୟନ୍ତୀ ଅବସରରେ ଗଡ ଭିତର ଛକ ଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ପୌର ପରିଷଦ ଓ ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପୁଷ୍ପ ମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ରାଜା ପ୍ରତାପରୁଦ୍ର ସିଂହଦେଵ ଏବଂ ରାଣୀ ଅମୁଲ୍ୟ
ସୋନପୁର ଠାରେ ବୀର ମିତ୍ରୌଦୟ ସିଂହଦେଵଙ୍କ ୧୫୧ ତମଜୟନ୍ତୀ ପାଳନ


ସୋନପୁର ଠାରେ ବୀର ମିତ୍ରୌଦୟ ସିଂହଦେଵଙ୍କ ୧୫୧ ତମଜୟନ୍ତୀ ପାଳନ


ସୁବର୍ଣ୍ଣପୁର, ୮ ଜୁଲାଇ (ହି.ସ.)- ବୀରମିତ୍ରୌଦୟ ସିଂହଦେଵଙ୍କ ୧୫୧ ତମ ଜୟନ୍ତୀ ଅବସରରେ ଗଡ ଭିତର ଛକ ଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ପୌର ପରିଷଦ ଓ ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପୁଷ୍ପ ମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ରାଜା ପ୍ରତାପରୁଦ୍ର ସିଂହଦେଵ ଏବଂ ରାଣୀ ଅମୁଲ୍ୟମଣି ଦେବୀଙ୍କ ଜ୍ୟେଷ୍ଠ ସନ୍ତାନ ଭାବରେ ରାଜ ଉଆସରେ ୧୮୭୪ ମସିହା ଜୁଲାଇ ମାସ ଆଜିର ତିଥିରେ ସେ ଜନ୍ମ ଗ୍ରହଣ କରିଥିଲେ l ସୋନପୁର ଅଞ୍ଚଳ ତଥା ରାଜ୍ୟର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ରହିଥିବା ଏଭଳି ଏକ ମହାନ୍ ଅମର ଆତ୍ମାଙ୍କ ଜୟନ୍ତୀ ଅବସରରେ ତାଙ୍କର ସେହି ଅମୃତ ଅମ୍ଲାନ ସ୍ମୃତି ପ୍ରତି ଏଡିଏମ୍ ଙ୍କ ସମେତ ସମସ୍ତ ଅତିଥି ଭକ୍ତିପୂତ ଶ୍ରଦ୍ଧାସୁମନ ଜ୍ଞାପନ ପୂର୍ବକ ସ୍ମୃତି ଚାରଣ କରିଥିଲେ l ସୋନପୁରର ଐତିହାସିକ ତଥା ଗବେଷକ ଡଃ. ସୁଦାମ ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଜାବତ୍ସଳ ରାଜା ଶ୍ରୀ ସିଂହଦେଵଙ୍କ ଗୁଣ ଗାନ କରିଥିଲେ l

ଜିଲ୍ଲା ସଚେତନ ନାଗରିକ ମଞ୍ଚ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ପୌର ନିର୍ବାହୀ ଅଧିକାରୀ ଋଷି ମାଝୀ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜ୍ଜୁନ ମାଝୀ, ପୂର୍ବତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ ଓ କଇଁରୁ ସ୍ୱାଇଁ, ବରିଷ୍ଠ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ଦିଲ୍ଲୀପ ପାତ୍ର, ବରିଷ୍ଠ ନାଗରିକ କୃଷ୍ଣ ଚନ୍ଦ୍ର ବାଘ, ଡ଼ଃ. ଆର୍ତ୍ତତ୍ରାଣ ବାବୁ, କାଉନସିଲର ପୀୟୂଷ ପଣ୍ଡା,ବନିତା ପଶାୟତ, ପ୍ରାକ୍ତନ କାଉନସିଲର ତ୍ରିଲୋଚନ ତରିଆ, ସଚେତନ ନାଗରିକ ଅକ୍ଷୟ କୁମାର ସେଠୀ, ଦୁଃଖିରାମ ନାୟକ, ଶ୍ରୀଧର ବାଘ, ମାଗୁଣି ସାହୁ, ପ୍ରଦୀପ ପୁରୋହିତ, ବିନୋଦ ମେହେର, ସନ୍ତୋଷ ପାଢ଼ୀ ପ୍ରମୁଖ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande