Bhubaneswar, 8 ଜୁଲାଇ (ହି.ସ.)
ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖା ପକ୍ଷରୁ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା I ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖା ସଭାପତି ଶ୍ରୀମତୀ ଭାରତି ହୋତା ଙ୍କ ଆହ୍ବାନ କ୍ରମେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧିନରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ I ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧିନରେ କାର୍ଯ୍ୟରତ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ଅମିତାଭ ପଟ୍ଟନାୟକ, ଶ୍ରୀ ସତ୍ୟ ନାରାୟଣ ପାତ୍ର, ଶ୍ରୀମତି ମିନାକ୍ଷୀ ମିଶ୍ର, କଟା ପ୍ରଗତି, ରଜନୀ ରାଣୀ ପାତ୍ର, ସୁଜାତା ମହାପାତ୍ର, ସ୍ନେହଲତା ପଟ୍ଟନାୟକ, ଜୟନ୍ତୀ ଦେବି, ବୈଜନ୍ତି ମାଳି ସୁବୁଦ୍ଧି, ଅନ୍ନପୂର୍ଣ୍ଣା ମହାପାତ୍ର ତା ୩୦.୦୬.୨୦୨୫ ରିଖ ଦିନ ଚାକିରି ରୁ ଅବସର ଗ୍ରହଣ କରିଥିଲେ ତାଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖା ପକ୍ଷରୁ ଫୁଲତୋଳା, ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା
I
ଉକ୍ତ ସଭାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଓଡ଼ିଶା ରାଜ୍ୟ ସଭାପତି ଶ୍ରୀ ରମଣୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ, ସମ୍ମାନୀତ ଅତିଥି ଭାବେ ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଓ ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, I
ଶ୍ରୀ ଭାଗିରଥି ବାରିକ୍ ସମ୍ପାଦକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖା ବିବରଣୀ ପାଠ କରିବା ସହିତ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I
ଦିନ କୁ ଦିନ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ଖାଲି ହେବାକୁ ଯାଉଥିବା ବେଳେ ଶିକ୍ଷା ଦାନ ରେ ଅସୁବିଧା ହେଉଥିବା ଯୋଗୁଁ ଅବିଭାବକ ଓ ଅଧିକାରୀ ଚିନ୍ତା ରେ ରହୁଥିବା ନେଇ ଆଲୋଚନା ହେଉଥିବା ଜଣା ପଡିଛି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ଶ୍ରୀ ମହେଶ୍ୱର ମିଶ୍ର, ଶୁଶିଲ ପ୍ରେମ ନାଗ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ପରି ଶେଷରେ ଶ୍ରୀ ଜଗଦୀଶ ମୀଶ୍ର ବରିଷ୍ଠ ଶିକ୍ଷକ ତଥା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖା ର ବରିଷ୍ଠ ସଦସ୍ୟ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେI
---------------
ହିନ୍ଦୁସ୍ଥାନ ସମାଚାର / ପିକେପି