ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି : ଆଇଜି ହିମାଂଶୁ ଲାଲ
ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି : ଆଇଜି ହିମାଂଶୁ ଲାଲ
ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି  : ଆଇଜି ହିମାଂଶୁ ଲାଲ


ସମ୍ବଲପୁର, ୦୮ ଜୁଲାଇ (ହି.ସ.) ପବିତ୍ର ରଥଯାତ୍ରା ଅବସରରେ ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ 'ଦାରୁଦେବତା' ଧନୁପାଲି ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀ ମଠ ପ୍ରାଙ୍ଗଣ ପଡିଆରେ ଆୟୋଜିତ ଭଜନ ସମାରୋହ ଉତ୍ସବ ରେ ଉନ୍ମୋଚିତ ହୋଇଯାଇଛି।

ସଭାରେ ମୁଖ୍ୟଅତିଥି ତଥା ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ଯୋଗଦେଇ ବିଶ୍ୱ କଲ୍ୟାଣ ପାଇଁ ଜଗନ୍ନାଥ ସଂସ୍କୃତି ର ବହୁଳ ପ୍ରଚାର ଓ ଆବଶ୍ୟକତା ସମୟରେ ଦାରୁଦେବତା ପ୍ରକାଶନ ଏକ ସଫଳ ପ୍ରୟାସ ବୋଲି କହିଥିଲେ। ଟ୍ରଷ୍ଟ ସଭାପତି ସୌରଭ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ତଥା ଆରଏସଏସ ର ପ୍ରାକ୍ତନ ପ୍ରାନ୍ତ ମୁଖ୍ୟ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ବିପିନ ବିହାରୀ ନନ୍ଦ ଯୋଗଦେଇ ଦାରୁଦେବତା ପ୍ରକାଶନକୁ ଭୁୟସୀ ପ୍ରଶଂସା କରି ଏଭଳି ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।ପତ୍ରିକାର ସମ୍ପାଦକ ଡା. ରାଜାରାମ ଷଡ଼ଙ୍ଗୀ ସଭା ପରିଚାଳନା ଏବଂ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ଶେଫାଳି ରାଣୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷାବିତ ରାଜେନ୍ଦ୍ର କୁମାର ପଣ୍ଡା, ସମ୍ବଲପୁର ବିଚାର ମଞ୍ଚ ଆବାହକ ବେଣୁଧର ଦାଶ, ଏସଵିଆଇ, ଧନୁପାଲି ଶାଖା ପରିଚାଳକ ସୁବ୍ରତ କୁମାର ବାଗ ସମ୍ମାନୀତ ଅତିଥି ଯୋଗ ଦେଇଥିବା ବେଳେ ଗୋପାଳଜୀ ମନ୍ଦିର ଟ୍ରଷ୍ଟ ସଭାପତି ବିଦେଶୀ ସାନବଡ଼,ଗୁଣ୍ଡିଚା ମନ୍ଦିର କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ,ସଂଯୋଜକ ଅଜୟ କୁମାର ସାହୁ, ଉପଦେଷ୍ଟା ଶରତ ଚନ୍ଦ୍ର ପାଢ଼ୀ, ଚୈତନ୍ୟ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ସଂଯୋଜକ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ମନମୋହନ ପାଣିଗ୍ରାହୀ ଓ ଅସିତ କୁମାର ଦେ ଙ୍କ ପୌରାହିତ୍ୟରେ ହୋଇଥିବା ଚତୁର୍ଦ୍ଧା ମୂର୍ତ୍ତି ଙ୍କ ମହା ଆଳତି ଅନୁଷ୍ଠିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande