ଆଗରପଡା ଅଂଚଳର ବିଭିନ୍ନ ରାସ୍ତାର ଦୂରାବସ୍ଥା ନେଇ ସ୍ଥାନୀୟ କଂଗ୍ରେସ ଦଳ ପକ୍ଷରୁ ଦାବିପତ୍ର , ୧୩ ତାରିଖ ସୁଦ୍ଧା ପ୍ରଶାସନ ନିର୍ଣ୍ଣାୟକ ଭୂମିକା ନନେଲେ ୧୪ ରୁ ରାସ୍ତାରୋକ ଚେତାବନୀ
ଭଦ୍ରକ, ୮ ଜୁଲାଇ (ହି.ସ.) - ଏହି ଜିଲ୍ଲାର ଆଗରପଡା ମୁଖ୍ୟ ବଜାରକୁ ସଂଯୋଗ କରିଥିବା ସମସ୍ତ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଆଜି ସ୍ଥାନୀୟ ଅଂଚଳର କଂଗ୍ରେସ କର୍ମକର୍ତାମାନେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ବିଭାଗୀୟ ମନ୍ତ୍ରୀ, ପୂୠର୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ଆଗରପଡା
AGARPADA AREA RASTA DURBASTA NEI DABIPATRA


ଭଦ୍ରକ, ୮ ଜୁଲାଇ (ହି.ସ.) - ଏହି ଜିଲ୍ଲାର ଆଗରପଡା ମୁଖ୍ୟ ବଜାରକୁ ସଂଯୋଗ କରିଥିବା ସମସ୍ତ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଆଜି ସ୍ଥାନୀୟ ଅଂଚଳର କଂଗ୍ରେସ କର୍ମକର୍ତାମାନେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ବିଭାଗୀୟ ମନ୍ତ୍ରୀ, ପୂୠର୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ଆଗରପଡା ଥାନାଧିକାରୀଙ୍କୁ ଅବଗତ କରାଇଛନ୍ତି। ଏହି କର୍ମକୠର୍ାଙ୍କ ଅଭିଯୋଗ ମୂଳେ ଆଗରପଡା ଓଡିଶା ଓ ଭାରତ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଏହି ଜନ୍ମ ମାଟିରେ ଏକ ମାତ୍ର କର୍ମମନ୍ଦିର ରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଏହି ଅଂଚଳକୁ ସଂଯୋଗ କରୁଥିବା ଜିଲ୍ଲା ସଦର ମହକୁମାରୁ ଆଗରପଡା-ବରପଦା ରାସ୍ତା , ବ୍ଲକ ଓ ତହସିଲ ଯିବାପାଇଁ ଆଗରପଡା - ବନ୍ତ ରାସ୍ତା, ପଡୋଶୀ ଜିଲ୍ଲା କେନ୍ଦୁଝର ଯିବାପାଇଁ ଆଗରପଡା - ଆନନ୍ଦପୁର ରାସ୍ତା ଏବଂ ବାଲେଶ୍ୱର ଜିଲ୍ଲାକୁ ଯିବାପାଇଁ ଆଗରପଡା - କୁପାରୀ ରାସ୍ତା ଗୁଡିକ ଏବେ ଅତ୍ୟନ୍ତ ଶୋଚନୀୟ ହୋଇ ମରଣଯନ୍ତା ପାଲଟିଛି। ଆଗରପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମୁଖ୍ୟ ବଜାର ଉପରେ ଭଦ୍ରକ ଜିଲ୍ଲା ସମେତ ପଡୋଶୀ ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ଅଧିକାଂଶ ଲୋକ ନିର୍ଭର କରିଥାନ୍ତି। କିନ୍ତୁ ଏ ସମସ୍ତ ରାସ୍ତାର ଦୁରାବସ୍ଥା ନେଇ କଂଗ୍ରେସର ନେତୃବୃନ୍ଦ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଦାବି ଜଣାଇ ଆସୁଥିଲେ ମଧ୍ୟ ସେ ନିଦାବିଷ୍ଣୁ ସାଜିଛନ୍ତି। କିଛିଦିନ ତଳେ ସରକାର ବରପଦା - ଆଗରପଡା ରାସ୍ତାଟିକୁ ଏକ ଠିକା ସଂସ୍ଥା ଦ୍ୱାରା ମରାମତି କରିଥିଲେ ମଧ୍ୟ ତାହା ଏତେ ନିମ୍ନ ମାନର ହୋଇଛିଯେ, ତାହା ଅତ୍ୟନ୍ତ ଶୋଚନୀୟ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଣୁ ଜିଲ୍ଲାପ୍ରଶାସନ ଏ ସମସ୍ତ ରାସ୍ତା ପ୍ରତି ସକାରାତ୍ମକ ମନୋଭାବ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆସନ୍ତା ୧୪ ତାରିଖ ସୋମବାର ଦିନ କଂଗ୍ରେସ ଦଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଆଗରପଡା ଥରେ ରାସ୍ତାରୋକ କରିବ ବୋଲି ରାଜ କିଶୋର ସ୍ୱାଇଁ, ରବିନାରାୟଣ ମହାନ୍ତି, ସବିତା ନାୟକ(ସରପଂଚ ଗୋପିନାଥ ପୁର), କାର୍ତିକ ଚନ୍ଦ୍ର ଜେନା, ସତ୍ୟବାନ ଦାସ, ଜଗବନ୍ଧୁ ବେହେରା, ଜୟଦେବ ସିଂ, ଚିତରଞ୍ଜନ ସାମନ୍ତରାୟ,ସୁରେନ୍ଦ୍ର ଜେନା, ରାମଚନ୍ଦ୍ର ଯେନା, ପ୍ରଦତ ନାୟକ, ରାଜ କିଶୋର ବେହେରା,କଳ୍ପତରୁ ସାହୁ, ବିଜୟ ବାରିକ, ଛାୟା କାନ୍ତ ଗାନ୍ଧୀ,ବାଙ୍କବିହାରୀ ଜେନା, ଜୟକ୍ରୁଷ୍ଣ ଜେନା, ଟୁନିଆ ବେହେରା, ମହେଶ ଦାସ, ପ୍ରକାଶ ମହାକୁଡ଼, ନିଲୁ ଶତପଥୀ, ଚିତରଞ୍ଜନ ରାମ, ଦିପୁ ସିଂ, ପୁପୁନା ଖୁଂଟିଆ,ପ୍ରତାପ ଯେନା, ଅସରଫ ସାହା,ରବିନ୍ଦ୍ର ବାରିକ ପ୍ରମୁଖ ଚେତାବନୀ ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande