ବିଜେପି ସଭାପତି ଦାୟିତ୍ୱ ନେଲେ ମନମୋହନ ସାମଲ
- ବିଜେପି ସରକାର ରାଜ୍ୟରେ ଲମ୍ବା ସମୟ ଧରି ରହିବ ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.) - ଚତୁର୍ଥ ଥର ପାଇଁ ଓଡ଼ିଶା ବିଜେପିର ମଙ୍ଗ ଧରିଛନ୍ତି ମନମୋହନ ସାମଲ। ମଙ୍ଗଳବାର ଦୀନ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମନମୋହନ ସାମଲ କହିଛନ୍ତି ରାଜ୍ୟରେ ବିଜେପି ସରକାର ୨୦୩୬ ମସିହା ବି ଦେ
ବିଜେପି ସଭାପତି ଦାୟିତ୍ୱ ନେଲେ ମନମୋହନ ସାମଲ


- ବିଜେପି ସରକାର ରାଜ୍ୟରେ ଲମ୍ବା ସମୟ ଧରି ରହିବ

ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.) - ଚତୁର୍ଥ ଥର ପାଇଁ ଓଡ଼ିଶା ବିଜେପିର ମଙ୍ଗ ଧରିଛନ୍ତି ମନମୋହନ ସାମଲ। ମଙ୍ଗଳବାର ଦୀନ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମନମୋହନ ସାମଲ କହିଛନ୍ତି ରାଜ୍ୟରେ ବିଜେପି ସରକାର ୨୦୩୬ ମସିହା ବି ଦେଖିବ ୨୦୪୭ ମସିହା ବି ଦେଖିବ। ବିଜେପି ସରକାର ରାଜ୍ୟରେ ଲମ୍ବା ସମୟ ଧରି ରହିବ। ସରକାରଙ୍କ ପଛରେ ଦଳ ଖୁଂଟ ଭଳି ଛିଡା ହେବ। ବିଜେପିରେ ଜଣେ ଚା ବିକାଳି ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଏବେ ଦାୟିତ୍ୱ ଛିଣ୍ଡି ନାହିଁ, ଦାୟିତ୍ୱ ବଢ଼ିଯାଇଛି। ସବୁ ଗାଁକୁ ଯିବା, ସମସ୍ତଙ୍କ ସହ ମିଶିବା, ଭଲ ବ୍ୟବହାର କରିବା। ଏ ଦାୟିତ୍ୱ ମନମୋହନ ସାମଲଙ୍କ ଦାୟିତ୍ୱ ନୁହେଁ। ଏ ଦାୟିତ୍ୱ ସବୁ କାର୍ଯ୍ୟକର୍ତାଙ୍କ ଦାୟିତ୍ୱ। ସରକାର ଗଢିଥିବା ସବୁ କର୍ମକର୍ତାଙ୍କୁ ମନମୋହନ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକର୍ତା ପରିଶ୍ରମ କରି ନଥିଲେ ବିଜେପି ସାଇନ୍ ବୋର୍ଡ ପାର୍ଟିରୁ ସରକାର ଯାଏଁ ପହଂଚି ପାରି ନଥାନ୍ତା।

ମନମୋହନ କହିଛନ୍ତି ପୂର୍ବରୁ ବିଜେପି ଗୋଟିଏ ଦଳ ଅସରପା ଗୋଟିଏ ଚଢ଼େଇ କରି ଉପହାସ କରାଯାଉଥିଲା। ନିଶଦାଢ଼ି ଉଠି ନଥିବା ଦୁଇ ଚାରି ଜଣ ପିଲା ବିଜେପିରେ ବୁଲୁଛନ୍ତି ବୋଲି କୁହାଯାଉଥିଲା। ବିଜେପି ସରକାର ଆସିବା ଆଗରୁ ଯାହା କହିଥିଲେ ଏବେ ତାହା କାମରେ କରୁଛନ୍ତି। ବିଜେପି ସରକାର ହେବା ଯୋଗୁ ଧାନ ୩୧୦୦ ଟଙ୍କା, ସୁଭଦ୍ରା ଯୋଜନା, ୭୮ ହଜାର କିମି ରାସ୍ତା, ଆୟୁଷ୍ମାନ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିଛି।

ସରକାର ଆସିବା ପରେ ଦାୟିତ୍ୱ ବଢିଛି। ସରକାର ଆସିବା ଯେତିକି କଷ୍ଟ ଥିଲା, ଏବେ ଲୋକଙ୍କ ଆଶା ପୂରଣ କରିବାର ଦାୟିତ୍ୱ ବଢ଼ିଛି। ସ୍ୱାଧୀନତାର ୭୮ ବର୍ଷ ଭିତରେ ଓଡ଼ିଶାରେ ବହୁତ ସମସ୍ୟା ଅଛି। ସବୁ ସମସ୍ୟାର ସମାଧାନ କରିବାକୁ ହେବ। ସାଧାରଣ ଲୋକ ଏହି ସୁଯୋଗ ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବା ଅନୁଚିତ୍‌।

ଅସମ୍ଭବ ବୋଲି କିଛି ଡିକ୍ସନାରୀରେ ନାହିଁ। ପରିଶ୍ରମ କଲେ ସବୁ ସମ୍ଭବ ହେବ। ଯେଉଁମାନେ ଆମ ବିରୋଧରେ କହୁଥିଲେ, ସେମାନେ କ୍ଷମତା ଛାଡ଼ି ବର୍ଷେ ରହି ପାରୁନାହାନ୍ତି ବୋଲି ବିରୋଧୀଙ୍କୁ ଟାର୍ଗେଟ କରି ମନମୋହନ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande