ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ପବିତ୍ର
ନୀଳାଦ୍ରିବିଜେର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ। ୧୨
ଦିନର ଲୀଳାଖେଳା ପରେ ଆଜି ହେବ ନୀଳାଦ୍ରି ବିଜେ। ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ରସଗୋଲା
ଭୋଗ ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
ପବିତ୍ର ନୀଳାଦ୍ରିବିଜେ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଅନ୍ୟ ଏକ ପୋଷ୍ଟରେ ରସଗୋଲା ଦିବସର ହାର୍ଦିକ ଶୁଭେଛା ଓ
ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା