ଆଜି ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ, ରତ୍ନବେଦିକୁ ଫେରିବେ ଦାରୁବ୍ରହ୍ମ, ଅପରାହ୍ନ ୪ଟାରେ ପହଣ୍ଡି
ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଆଜି ରଥଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ । ମାନବ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିବେ ଦାରୁବ୍ରହ୍ମ । ଏଥିପାଇଁ ଅପରାହ୍ନ 4ଟାରେ ପହଣ୍ଡି ହେବ । ମହାପ୍ରଭୁ ଆଜି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ଫେରିବ
ଆଜି ରଥଯାତ୍ରାର ଶେଷ ପର୍ବ     ନୀଳାଦ୍ରି ବିଜେ, ରତ୍ନବେଦିକୁ ଫେରିବେ ଦାରୁବ୍ରହ୍ମ, ଅପରାହ୍ନ ୪ଟାରେ     ପହଣ୍ଡି


ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଆଜି ରଥଯାତ୍ରାର

ଶେଷ ପର୍ବ ନୀଳାଦ୍ରି ବିଜେ । ମାନବ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିବେ ଦାରୁବ୍ରହ୍ମ ।

ଏଥିପାଇଁ ଅପରାହ୍ନ 4ଟାରେ ପହଣ୍ଡି ହେବ ।

ମହାପ୍ରଭୁ ଆଜି ବଡ଼ଭାଇ

ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ଫେରିବେ । ତେବେ ଅଭିମାନ କରିଥିବା ମାଆ

ଲକ୍ଷ୍ମୀ ଠାକୁରାଣୀ ଆଜି ଶ୍ରୀଜଗନ୍ନାଥ ଝୁଲି

ଝୁଲି ଜୟବିଜୟ ଦ୍ୱାର ସମ୍ମୁଖରେ ପହଞ୍ଚିବା କ୍ଷଣି ହଠାତ୍ ସିଂହଦ୍ୱାରର କବାଟ ବନ୍ଦ କରିବେ । ନିଜ

ଧର୍ମପତ୍ନୀଙ୍କୁ ବୁଝାସୁଝା କରି ମାନଭଞ୍ଜନ କରିବା ପାଇଁ ରସଗୋଲା ଭୋଗ ଓ ପାଟବସ୍ତ୍ର ଦେବା ସହ

ଗୁପ୍ତ ଗୁଣ୍ଡିଚା ପାଇଁ ପ୍ରତିଶ୍ରୁତି ଦେବା ପରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି

ଦେବେ ମାଆ ସାଆନ୍ତାଣୀ । ଆସନ୍ତାକାଲି ଠାରୁ ପୁଣି ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେବେ

ଶ୍ରୀ ବିଗ୍ରହ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande