ଉତର ପ୍ରଦେଶର ମୈନପୁରୀରେ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ମୈନପୁରୀ, ୦୧ ଅଗଷ୍ଟ (ହି.ସ.) – ଉତର ପ୍ରଦେଶର ମୈନପୁରୀ ଜିଲ୍ଲାର ବେବର ଥାନା ଅଂଚଳରେ ଶୁକ୍ରବାର ଦ୍ୱିପ୍ରହରରେ ଏକ ଦୁର୍ଘଟଣାରେ ଗୋଟିଏ କାରରେ ଥିବା ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଛୋଟ ପିଲା ଆହତ ହୋଇଛି । ଖବର ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଚିହ୍ନଟ କରି ପୋଷ୍ଟମୋର୍ଟମ ପାଇଁ ପଠାଇଦେଇ
ଉତର ପ୍ରଦେଶର ମୈନପୁରୀରେ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ


ମୈନପୁରୀ, ୦୧ ଅଗଷ୍ଟ (ହି.ସ.) – ଉତର ପ୍ରଦେଶର ମୈନପୁରୀ ଜିଲ୍ଲାର ବେବର ଥାନା ଅଂଚଳରେ ଶୁକ୍ରବାର ଦ୍ୱିପ୍ରହରରେ ଏକ ଦୁର୍ଘଟଣାରେ ଗୋଟିଏ କାରରେ ଥିବା ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଛୋଟ ପିଲା ଆହତ ହୋଇଛି । ଖବର ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଚିହ୍ନଟ କରି ପୋଷ୍ଟମୋର୍ଟମ ପାଇଁ ପଠାଇଦେଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହତ ତାଙ୍କ ପରିଜନ ମାନଙ୍କୁ ସମବେଦନା ଜଣାଇଛନ୍ତି ।

ପୋଲିସ ଅଧିକ୍ଷକ ଗଣେଶ ପ୍ରସାଦ ଶାହା କହିଛନ୍ତି ଯେ, ମୈନପୁରୀର ହରିପୁର କ୍ୟାଥୋଲିକ ଗ୍ରାମର ବାସିନ୍ଦା ଦୀପକ ଚୌହାନ ଆଗ୍ରାରେ ରହୁଥିବା ତାଙ୍କ ଭାଣିଜୀ କାବ୍ୟ ଚୌହାନଙ୍କ ଜନ୍ମଦିନ ପାଳନ କରି ତାଙ୍କ ପରିବାର ସହିତ ଫେରୁଥିଲେ । ଜିଟି ରୋଡ଼ ହାଇସ୍ୱାରେ ନାଗଲା ତାଲ୍ ଗ୍ରାମ ନିକଟରେ ହଠାତ୍ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡ଼ର ପାର ହୋଇ କାନପୁର-ଆଗ୍ରା ଲେନରେ ପହଂଚିବା ସମୟରେ ସମୟରେ କାରର ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏସ ପି କହିଥିଲେ ଯେ, ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇ ରିପୋର୍ଟ ପ୍ରସ୍ତୁତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande