ବଲାଙ୍ଗିର, 1 ଅଗଷ୍ଟ (ହି.ସ.)
ବଲାଙ୍ଗିର ଓକିଲ ସଂଘର ବରିଷ୍ଠ ଓକିଲ ଆଶୁତୋଷ ଷଡଙ୍ଗିଙ୍କ ମାତା ପ୍ରମୋଦିନି ଷଡଙ୍ଗିଙ୍କ ବିୟୋଗ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁଁ ସେ ବହୁତ ଦିନରୁ ଅସୁସ୍ଥ ରହି ମହାଲକ୍ଷ୍ମୀ ନଗର ସ୍ଥିତ ନିଜ ବାସଗୃହରେ ଚିକିତ୍ସିତ ହେଉଥିଲେ । ବୁଧବାର ରାତି ପ୍ରାୟ ୨ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ ବେଳେ ତାଙ୍କର ଉଭୟ ପୁତ୍ର ଆଶୁତୋଷ ଷଡଙ୍ଗି ଓ ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗି, ଜ୍ୱାଇଁ ଜ୍ଞାନେନ୍ଦ୍ର ମିଶ୍ର ଓ ଅନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ । ଗୁରୁବାର ଦିନ ୧୨ଟା ସମୟରେ ସ୍ଥାନୀୟ ବିଭୁତିପଡା ଶ୍ମାଶାନରେ ତାଙ୍କର ଅନ୍ତୋଷ୍ଟି କ୍ରୀୟା ସମ୍ପନ୍ନ ହୋଇଛି । ସାନପୁଅ ସୁରେଶ ଚନ୍ଦ୍ର ଷଡଙ୍ଗି ମୁଖାଗ୍ନି ଅର୍ପଣ କରିଥିଲେ । ତାଙ୍କ ଶବାଧାର ଓ ଅନ୍ତେଷ୍ଟି କ୍ରୀୟାରେ ବଲାଙ୍ଗିର ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କର ବିୟୋଗ ରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ