ପୁରୁଣା ପେନସନ୍ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସବୁ ଜିଲ୍ଲାପାଳଙ୍କୁ ଦାବିପତ୍ର
Bhubaneswar, 1 ଅଗଷ୍ଟ (ହି.ସ.) -ଓଡ଼ିଶା କର୍ମଚାରୀଙ୍କର ଗୋଟିଏ ସ୍ୱର ପୁରୁଣା ପେନ୍ସନ୍ ଆମ ଅଧିକାର -ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନ କରନ୍ତୁ ଆଜି ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ ବିରୁଦ୍ଧରେ ଦେଶର ସବୁ ରାଜ୍ୟର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍
ପୁରୁଣା ପେନସନ୍ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସବୁ ଜିଲ୍ଲାପାଳଙ୍କୁ ଦାବିପତ୍ର


Bhubaneswar, 1 ଅଗଷ୍ଟ (ହି.ସ.)

-ଓଡ଼ିଶା କର୍ମଚାରୀଙ୍କର ଗୋଟିଏ ସ୍ୱର ପୁରୁଣା ପେନ୍ସନ୍ ଆମ ଅଧିକାର

-ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନ କରନ୍ତୁ

ଆଜି ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ ବିରୁଦ୍ଧରେ ଦେଶର ସବୁ ରାଜ୍ୟର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ରାଜ୍ୟର ଚାରିଲକ୍ଷ କର୍ମଚାରୀ ଓ ଦେଶର ଏକ କୋଟି କର୍ମଚାରୀ ଦାବିପତ୍ର ପ୍ରଦାନ କରିଥିଲେ । କର୍ମଚାରୀଙ୍କର ଗୋଟିଏ ଦାବି ପୁରୁଣା ପେନ୍ସନ୍ ରାଜ୍ୟ ସରକାର ଲାଗୁ କରନ୍ତୁ । କର୍ମଚାରୀମାନେ ନା ଏନ୍.ପି.ଏସ୍. ନା ଓ.ପି.ଏସ୍., କେବଳ ପୁରୁଣା ପେନ୍ସନ୍ ଦାବି କରି ପାୟତ ସ୍ତରରୁ ପାର୍ଲାମେ ପର୍ଯ୍ୟନ୍ତ ଧାରଣା ଓ ପ୍ରତିବାଦ କରୁଥିଲେ ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାଁନ୍ତି । ପ୍ରକାଶଥାଉକି, ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ବିରୋଧି ଦଳର ମୁଖ୍ୟସଚେତକ ଭାବରେ ଆନେ୍ଦାଳନ ସ୍ଥଳକୁ ଆସି ସେତେବେଳର ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ କି, ଯଦି ଝାଡ଼ଖଣ୍ଡ, ରାଜସ୍ଥାନରେ ପୁରୁଣା ପେନ୍ସନ୍ ହୋଇପାରୁଛି, ଓଡ଼ିଶାରେ କାହିଁକି ହୋଇପାରିବ ନାହିଁ । ରାଜ୍ୟ ସରକାରଙ୍କର କେବଳ ମନୋଭାବର ଅଭାବ ପାଇଁ ରାଜ୍ୟ ସରକାର ପୁରୁଣା ପେନ୍ସନ୍ ଲାଗୁ କରୁନାହାଁନ୍ତି । ତାଙ୍କ ସରକାର ଆସିଲେ ପୁରୁଣା ପେନ୍ସନ୍ ଲାଗୁ କରିବେ ବୋଲି ଏବେ ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ହୋଇ ତାଙ୍କର ପ୍ରତିଶ୍ରୁତି ପୁରଣ କରିବେ ବୋଲି ୪ ଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ଆଶାବାଦୀ ଅଛନ୍ତି । ୨୦୦୪ ପରେ କେନ୍ଦ୍ର ସରକାର ଏନ୍.ପି.ଏସ୍. ଲାଗୁ କରିଥିଲେ । ଏବେ କିଛିଦିନ ତଳେ ୟୁ.ପି.ଏସ୍.କୁ ବିନା ଆଲୋଚନାରେ ରାଜ୍ୟ ସରକାର ଜୋର୍ଜବରଦସ୍ତ କର୍ମଚାରୀଙ୍କ ଉପରେ ଲଦି ଦେଇଛନ୍ତି । ଏହାକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଆଜି ପ୍ରତିବାଦ ଓ ଦାବିପତ୍ର ପ୍ରଦାନ କରିଥିଲେ । ଯଦି ରାଜ୍ୟ ସରକାର ୯୦ ଦିନ ଭିତରେ କର୍ମଚାରୀଙ୍କର ୪୦ ବର୍ଷର ପରିଶ୍ରମକୁ କର୍ଣ୍ଣପାତ ନ କରିବେ, କର୍ମଚାରୀମାନେ ବାଧ୍ୟହୋଇ ସପରିବାର ସହିତ ଆସି ଭୁବନେଶ୍ୱରର ରାଜରାସ୍ତାରେ ଆନେ୍ଦାଳନ କରିବେ । ଏନ୍.ଏମ୍.ଓ.ପି.ଏସ୍. ଓଡ଼ିଶା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଚାରିଲକ୍ଷ କର୍ମଚାରୀ ଓ ସେମାନଙ୍କ ପରିବାର ସର୍ବମୋଟ୍ ୪୦ଲକ୍ଷ ଲୋକଙ୍କର ଗୁରୁତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂତନ ପେନ୍ସନ୍ ବ୍ୟବସ୍ଥା ଉଚ୍ଛେଦ ଓ ୟୁ.ପି.ଏସ୍.କୁ ଲାଗ ନକରି ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ସଭାପତି ବିଜୟ ମଲ୍ଲ ଓ ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, ଦିଲ୍ଲୀପ ଦାସ, ରଶ୍ମିରଂଜନ ପାଢୀ, ଦେବୀ ଧଳ, ସଂଯୋଜକ ଇତ୍କାର ଅହମ୍ମଦ, ରାଜେଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ବଙ୍କିମ ଚନ୍ଦ୍ର ସାଗର, ବିଭୂପ୍ରସାଦ ସାହୁ, ବିକ୍ରମ ରଥ, ବ୍ରହ୍ମାନନ୍ଦ ମହାରଣା, ଖଗେନ୍ଦ୍ର ପାଲ୍, ସୁରେଶ ପଟ୍ଟନାୟକ, ସୁନୀଲ୍ ପ୍ରଧାନ, ଶ୍ରୀକାନ୍ତ ବାରିକ, ବିମଳ ଚୌଧୁରୀ, ବିନୋଦ କୁମାର ବଳ, ଅଜୟ ଧଳ, ସୁରେଶ ପ୍ରଧାନ, ଉପସଭାପତି କ୍ଷୀତିଶ ପଣ୍ଡା, ସୁଶାନ୍ତ କୁମାର ବେହେରା, ଅନିତା ବେହେରା, ସୁଚିସ୍ମିତା ଦାସ, ଅଶ୍ୱିନୀ ଦାସ, ବିଭୂପ୍ରସାଦ ସାହୁ, ଗୁରୁ ଗୋବିନ୍ଦ ଦଳାଇ, ଲଲାଟେନ୍ଦୁ ମହାପାତ୍ର, ପ୍ରିୟବ୍ରତ ନାୟକ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ସୁଧାଂଶୁ ପୁହାଣ, ସୁକନ୍ୟା ମହୁରୀ, ପ୍ରଦୀପ ପ୍ରଧାନ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶୁଭ୍ରଜିତ୍ ପ୍ରତିହାରୀ, ମହାଦେବ ସେଠୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ନାରାୟଣ ସ୍ୱାଇଁ, ଅମର ଜୁମର ପ୍ରତାପ, ଅନ୍ତର୍ଯ୍ୟାମୀ ଲେଙ୍କା, କଲ୍ୟାଣୀ ରାଉତ, ମନୋଜ କୁମାର ଦାସ, ରବିନ୍ଦ୍ର ପ୍ରଧାନ, ସୁଜିତ୍ ପାଢୀ, ଜୋନ୍ ସମ୍ପାଦକ ଅକ୍ଷୟ ମଲ୍ଲିକ, ବି.ଏନ୍. ଭୋଇ, ଅଡିଟର ମଳୟ ଜେନା, ମିଡ଼ିଆ ସମ୍ପାଦକ ଶିବ ଶଙ୍କର ସାହୁ, ବବ୍ଲୁ ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande