ବିକଶିତ ରାଷ୍ଟ୍ର ପାଇଁ ସାମୁହିକ ପ୍ରୟାସ ଜରୁରୀ- ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧାନବାଦ ଆଇଆଇଟି(ଆଇଏସ୍‌ଏମ୍‌)ର ୪୫ତମ ଦୀକ୍ଷାନ୍ତ ସମାରୋହରେ କଲେ ଅଂଶଗ୍ରହଣ
ଧାନବାଦ, ୦୧ ଅଗଷ୍ଟ(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଧାନବାଦ ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) (ଆଇଏସ୍‌ଏମ୍‌)ର ୪୫ତମ ଦୀକ୍ଷାନ୍ତ ସମାରୋହରେ ଭାଗ ନେଇଛନ୍ତି ଏବଂ ୩୭ ଗୋଲ୍ଡ ମେଡାଲିଷ୍ଟ ଛାତ୍ର-ଛାତ୍ରୀଙ୍କୁ ମେଡାଲ ଏବଂ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସ
ବିକଶିତ ରାଷ୍ଟ୍ର ପାଇଁ ସାମୁହିକ ପ୍ରୟାସ ଜରୁରୀ- ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧାନବାଦ ଆଇଆଇଟି(ଆଇଏସ୍‌ଏମ୍‌)ର ୪୫ତମ ଦୀକ୍ଷାନ୍ତ ସମାରୋହରେ କଲେ ଅଂଶଗ୍ରହଣ


ଧାନବାଦ, ୦୧ ଅଗଷ୍ଟ(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଧାନବାଦ ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) (ଆଇଏସ୍‌ଏମ୍‌)ର ୪୫ତମ ଦୀକ୍ଷାନ୍ତ ସମାରୋହରେ ଭାଗ ନେଇଛନ୍ତି ଏବଂ ୩୭ ଗୋଲ୍ଡ ମେଡାଲିଷ୍ଟ ଛାତ୍ର-ଛାତ୍ରୀଙ୍କୁ ମେଡାଲ ଏବଂ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସେ ସଂସ୍ଥାନର ୧୦୦ ବର୍ଷ ପୁରା ହେବାର ଉପଲକ୍ଷରେ ଡାକ ଟିକେଟ ମଧ୍ୟ ଜାରି କରିଛନ୍ତି। କାର୍ଯ୍ୟକ୍ରମରେ ଝାରଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହିତ କେତେକ ଗଣମାନ୍ୟ ଲୋକ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧାନବାଦ ସ୍ଥିତ ଭାରତୀୟ ପ୍ରାଦୌଗିକ ସଂସ୍ଥାନରେ ଆୟୋଜିତ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି ସର୍ବପ୍ରଥମେ ଏଠାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଦେଇଥିଲେ, ଏହାସହ ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକଙ୍କ ଯୋଗଦାନର ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆଜିର ଦିନ ଏହି ଛାତ୍ରମାନଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ଆଜି ଠାରୁ ଏମାନେ ଏକ ନୂଆ ଯାତ୍ରାର ଶୁଭାରମ୍ଭ କରୁଛନ୍ତି, ଯାହା ଚାକିରୀ, ଉଚ୍ଚଶିକ୍ଷା, ଉଦ୍ୟମିତାର ଦିଗରେ ହୋଇପାରେ। ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଆଗକୁ ଜୀବନରେ ସେ ବ୍ୟକ୍ତିଗତ ଉନ୍ନତି ନୁହେଁ, ପରନ୍ତୁ ସାମୁହିକ ବିକାଶ ପାଇଁ ପ୍ରୟାସ କରିବେ, ତେବେ ବର୍ଷ ୨୦୪୭ ପର୍ଯ୍ୟନ୍ତ ଆମର ବିକଶିତ ରାଷ୍ଟ୍ରର ଲକ୍ଷ୍ୟ ପୂର୍ଣ୍ଣ ହୋଇପାରିବ।

ରାଷ୍ଟ୍ରପତି ଆଇଆଇଟି(ଆଇଏସ୍‌ଏମ୍‌), ଧାନବାଦର ପ୍ରାୟ ୧୦୦ ବର୍ଷର ଗୌରବଶାଳୀ ଐତିହ୍ୟ ୁପରେ ମଧ୍ୟ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏହି ସଂସ୍ଥାନର ସ୍ଥାପନାର ଉଦ୍ଦେଶ୍ୟ ଖନନ ଏବଂ ଭୂ-ବିଜ୍ଞାନ କ୍ଷେତ୍ରରେ ବିଶେଷଜ୍ଞ ପ୍ରସ୍ତୁତ କରିବା ଥିଲା, କିନ୍ତୁ ସମୟ ସହିତ ସଂସ୍ଥାନ ନିଜ ଶୈକ୍ଷଣିକ ପରିସରକୁ ବଢ଼ାଇଛି ଏବଂ ଏବେ ଏହି ସଂସ୍ଥାନ ବିଭିନ୍ନ କ୍ଷେତ୍ରରେ ମଧ୍ୟ ଉଚ୍ଚ ଶିକ୍ଷା ଏବଂ ଅନୁସଂସ୍ଥାନର ଏକ ଅଗ୍ରଣୀ କେନ୍ଦ୍ର ହୋଇସାରିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande