ବ୍ଳକ ସ୍ତରୀୟ 'କମାଲର କ୍ୟାମ୍ପ' ଅଭିଯାନର ଉଦଯାପନୀ ଉତ୍ସବ
ବ୍ଳକ ସ୍ତରୀୟ 'କମାଲର କ୍ୟାମ୍ପ' ଅଭିଯାନର ଉଦଯାପନୀ ଉତ୍ସବ
ବ୍ଳକ ସ୍ତରୀୟ 'କମାଲର କ୍ୟାମ୍ପ'  ଅଭିଯାନର ଉଦଯାପନୀ ଉତ୍ସବ


ବ୍ଳକ ସ୍ତରୀୟ 'କମାଲର କ୍ୟାମ୍ପ'  ଅଭିଯାନର ଉଦଯାପନୀ ଉତ୍ସବ


ବ୍ଳକ ସ୍ତରୀୟ 'କମାଲର କ୍ୟାମ୍ପ'  ଅଭିଯାନର ଉଦଯାପନୀ ଉତ୍ସବ


ସମ୍ବଲପୁର, ୦୧ ଅଗଷ୍ଟ (ହି.ସ.)

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ପଞ୍ଚାୟତ ମିଶନ ଶକ୍ତି ସଭାଗୃହରେ ସ୍ଥାନୀୟ ଲୋକ ସଂଗଠନ ମହିଳା ଜନ ସଂଘର୍ଷ ସମିତି ପକ୍ଷରୁ ଏକ ବ୍ଳକ ସ୍ତରୀୟ 'କମାଲର କ୍ୟାମ୍ପ' ପାଠପଢା ଅଭିଯାନର ଉଦଯାପନୀ ଉତ୍ସବ ପାଳନ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟର ପାଠ ପଢ଼ାରେ ପଛୁଆ ଥିବା ଛାତ୍ର /ଛାତ୍ରୀ ମାନଙ୍କୁ ଶିବିରରେ ୩୬ ଜଣ ସ୍ବେଛାସେବୀ ଭାବରେ ପାଠ ପଢ଼ାଇ ଏକ ନିସ୍ଵାର୍ଥ ସେବା କରିଥିବାରୁ ସମ୍ପୃକ୍ତ ସ୍ବେଛାସେବୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ଭୋଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଟିକେଶ୍ୱର ପାତ୍ର, ସମ୍ମାନିତ ଅତିଥିଭାବେ ଭୋଜପୁର ଏମବିକେ ଅନିତା ବାଘ, ସିରିଡ ଏମବିକେ କବିତା ମୁଣ୍ଡା, ଡ଼ିମିରିମୁଣ୍ଡା ଏମବିକେ ବିଶାଖା ଆପତ, ମହିଳା ଜନ ସଂଘର୍ଷ ସମିତି ବ୍ଲକ କମିଟି ସଦସ୍ୟା ପ୍ରତୀକ୍ଷା ପଟେଲ, ଓ ଭଗବତୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ l ବ୍ଲକ ସଂଯୋଜକ ଦଶରଥ ସିଂ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ କରିଥିଲେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ପରଦେଶୀ ମିର୍ଦ୍ଧା । 'କମାଲର କ୍ୟାମ୍ପ' ଲକ୍ଷ୍ୟ ଓ ଉଦ୍ଯେଶ ସହିତ ସଂଗଠନର ଭୂମିକା ଉପରେ ଆଲୋକପତ କରିଥିଲେ । ଉପେନ୍ଦ୍ର କୁମାର ମହାନନ୍ଦ ସାମାଜିକ ଗଣମାଧ୍ୟ୍ୟମ ଉପରେ ସଚେତନ ବାର୍ତ୍ତା ଦେଇଥିଲେ । ସରପଞ୍ଚ ଶ୍ରୀ ପାତ୍ର ଶିକ୍ଷାଦନ ଏକ ମହତ ଦାନ ଅଟେ ଏକ ନିସ୍ଵାର୍ଥ ଭାବରେ ସ୍ବେଛାସେବୀମାନେ ଏହି ଶିବିରକୁ ସୁଚାରୁ ରୂପେ ତୁଲାଇ ଥିବାରୁ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ଯଥା ସମ୍ଭବ ଏପରି କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ | ଶେଷରେ କୁମୁଦିନୀ ଛଞ୍ଚାଣ ଧନ୍ୟବାଦ ଅର୍ପଣ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande