କ୍ୟାବିନେଟରେ ୫ ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ରାଜ୍ୟ କ୍ୟାବିନେଟର ୨୩ ତମ ବୈଠକ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେମୋଟ ୪ ଟି ବିଭାଗର ୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲ
କ୍ୟାବିନେଟରେ ୫ ପ୍ରସ୍ତାବକୁ ଅନୁମୋଦନ


ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ରାଜ୍ୟ କ୍ୟାବିନେଟର ୨୩ ତମ ବୈଠକ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେମୋଟ ୪ ଟି ବିଭାଗର ୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା। ଜଳସମ୍ପଦ ବିଭାଗର ୧ ଟି, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗର ୧ ଟି ଆଇନ ବିଭାଗର ୨ଟି ଏବଂ ଅର୍ଥ ବିଭାଗର ୧ ଟି ପ୍ରସ୍ତାବ ଗୃହୀତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande