ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ଆଉ ୫ ବର୍ଷ ପାଇଁ ବଢିଲା
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ରାଜ୍ୟରେ ଥିବା ଛୋଟ ଛୋଟ ନାଳ ମାନଙ୍କରେ ୩୩୧୩ ଟି ନୂତନ ଆଡିବନ୍ଧ ନିର୍ମାଣ କରି ଅସ୍ଥାୟୀ ବନ୍ଧ ଦ୍ୱାରା ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନ ତଥା ଅଚଳ ଅବସ୍ଥାରେ ଥିବା ପ୍ରାୟତ ୩୫୨୯ ଆଡିବନ୍ଧ ଗୁଡିକର ପୁନଃରୁଦ୍ଧାର ଦ୍ୱାରା ନୀରବଛିନ୍ନ ଜଳସେଚନ ବ୍ୟବସ୍ଥା ନିମନ୍ତେ ସରକ
ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ଆଉ ୫ ବର୍ଷ ପାଇଁ ବଢିଲା


ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ରାଜ୍ୟରେ ଥିବା ଛୋଟ ଛୋଟ ନାଳ ମାନଙ୍କରେ ୩୩୧୩ ଟି ନୂତନ ଆଡିବନ୍ଧ ନିର୍ମାଣ କରି ଅସ୍ଥାୟୀ ବନ୍ଧ ଦ୍ୱାରା ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନ ତଥା ଅଚଳ ଅବସ୍ଥାରେ ଥିବା ପ୍ରାୟତ ୩୫୨୯ ଆଡିବନ୍ଧ ଗୁଡିକର ପୁନଃରୁଦ୍ଧାର ଦ୍ୱାରା ନୀରବଛିନ୍ନ ଜଳସେଚନ ବ୍ୟବସ୍ଥା ନିମନ୍ତେ ସରକାର ଯୋଜନା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ, ରାଜ୍ୟ କ୍ୟାବିନେଟ୍ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା -୩.୦ ଟିକୁ ଅତିରିକ୍ତ ୫ ବର୍ଷ ଯଥା ଆର୍ôଥକ ବର୍ଷ ୨୦୨୫-୨୬ ରୁ ୨୦୨୯- ୩୦ ପର୍ଯ୍ୟନ୍ତ ୨୭୩୮ କୋଟି ଟଙ୍କା ଆନୁମାନିକ ମୂଲ୍ୟରେ ସମ୍ପ୍ରସାରଣ କରିବାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଦ୍ୱାରା ୫୭୫୨୫ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରିବା ସହିତ ୪୧୭୧୩ ହେକ୍ଟର ଚାଷ ଜମିକୁ ପୁନଃ ଜଳସେଚନ ବ୍ୟବସ୍ଥା ଯୋଗାଇଦିଆଯିବ ।ଏତଦ୍ ବ୍ୟତୀତ, ଏହି ଯୋଜନା ଦ୍ୱାରା ମୌସୁମୀ ପରବର୍ତୀ ସମୟରେ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇବା, ଭୂତଳ ଜଳ ପୁନଃଭରଣ ତଥା ଖରିଫ ଜଳସେଚନକୁ ବୃଦ୍ଧି କରାଯାଇ ପାରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande