ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ ରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥାକୁ ସରଳ କରିବା ସହ କରି ଦାତା ଓ କରି ପ୍ରଶାସକଙ୍କୁ କେତେକ ସୁବିଧା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଚା ଏଗୁଡିକ ହେଲା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇବା କ୍ଷେତ୍ରରେ ପ୍ଲାଂଟ ଏବଂ
ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ


ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ, ୨୦୧୭ ରେ ସଂଶୋଧନ କରାଯାଇ ଏହି ବ୍ୟବସ୍ଥାକୁ ସରଳ କରିବା ସହ କରି ଦାତା ଓ କରି ପ୍ରଶାସକଙ୍କୁ କେତେକ ସୁବିଧା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଚା

ଏଗୁଡିକ ହେଲା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇବା କ୍ଷେତ୍ରରେ ପ୍ଲାଂଟ ଏବଂ ମେସିନେରୀ ଏବଂ ପ୍ଲାଂଟ କିମ୍ବା ମେସିନେରୀର ବ୍ୟାଖ୍ୟା ମଧ୍ୟରେ ଥିବା ଅସ୍ପଷ୍ଟତାକୁ ଦୂର କରିବା । ଟିକସଦାତାଙ୍କୁ ରିଟର୍ସ ଫାଇଲ କରିବାରେ ଅଧ୍ୱକ ସୁବିଧା ପ୍ରଦାନ କରିବା । ବିକ୍ରୟ ପରେ ଫେରସ୍ତ କିମ୍ବା ଅନ୍ୟ କୌଣସି କାରଣରୁ ଦ୍ରବ୍ୟ ବା ସେବା ଯୋଗାଣର ମୂଲ୍ୟ ହ୍ରାସ ପାଇଲେ, ଯୋଗାଣକାରୀମାନେ କ୍ରେଡିଟ୍ ନୋଟ୍ ଜାରି କରନ୍ତି । ଟିକସ ଫାଙ୍କିକୁ ରୋକିବା ପାଇଁ ଦ୍ରବ୍ୟ ବା ସେବା ଗ୍ରହଣକାରୀ ମଧ୍ୟ ଆନୁପାତିକ ଭାବେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ କୁ କମାଇବେ । ପାନ ମସଲା, ଇଟାଭାଟି, ବାଲି ଖନନ ଆଦି କ୍ଷେତ୍ରରେ ରାଜସ୍ୱ ହାନିର ଆଶଙ୍କାକୁ ଏଡାଇବା ପାଇଁ ଟ୍ରାକ୍ ଆଣ୍ଡ ଟ୍ରେସ୍ ବ୍ୟବସ୍ଥାର ପ୍ରଚଳନ। ଟ୍ରାକ୍ ଓ ଟ୍ରେସ୍ ବ୍ୟବସ୍ଥା ର ଉଲଂଘନ କଲେ ୧ ଲକ୍ଷ ଟଙ୍କା ବା ଦେୟ କରର ୧୦% ଶାସ୍ତି ଧନ ଯାହା ଅଧିକ ତାହା ପ୍ରଦାନ କରିବେ । ସ୍ଥାନୀୟ ପାଣ୍ଠି ଏବଂ ମ୍ୟୁନିସିପାଲିଟି ପାଣ୍ଠି ଶବ୍ଦ ଗୁଡିକରେ ସ୍ପଷ୍ଟତା ଅଣାଯିବ ।ଭାଉଚର ସହିତ ଜଡିତ କାରବାର ସମ୍ବନ୍ଧରେ ଯୋଗାଣ ସମୟ ସମ୍ବନ୍ଧୀୟ ବ୍ୟବସ୍ଥାକୁ ହଟାଇବା, କାରଣ ଏଭଳି ଭାଉଚର ର ଯୋଗାଣ ଦ୍ରବ୍ୟ କିମ୍ବା ସେବାର ଯୋଗାଣ ନୁହେଁ ।

ଟିକସ ଦାବି ନକରି କେବଳ ଜରିମାନା ସଂକ୍ରାନ୍ତ ଆଦେଶ ଜାରି ହୋଇଥିଲେ ତାହା ବିରୋଧରେ ଆପିଲେଟ୍ କର୍ତୃପକ୍ଷ କିମ୍ବା ଆପିଲେଟ୍ ଟ୍ରିବ୍ୟୁନାଲରେ ଆବେଦନ କରିବା ପାଇଁ ଜରିମାନା ରାଶିର ୧୦% ଆଗୁଆ ଜମା କରିବା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande