ନ୍ୟାୟିକ କର୍ମଚାରୀ ସେବା ସଂଶୋଧନକୁ କ୍ୟାବିନେଟ ମଂଜୁରୀ
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ ନାମକ ନୂତନ ଦଣ୍ଡ ସମ୍ବନ୍ଧୀୟ ଆଇନଗୁଡ଼ିକର ଘୋଷଣା ପରେ, ଓଡ଼ିଶା ଜିଲ୍ଲା ଏବଂ ସିଭିଲ କୋର୍ଟର ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ଭ) ନିୟମାବଳୀ, ୨୦୦୮ ର ସଂଶୋଧନ
ନ୍ୟାୟିକ କର୍ମଚାରୀ ସେବା ସଂଶୋଧନକୁ କ୍ୟାବିନେଟ ମଂଜୁରୀ


ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩ ନାମକ ନୂତନ ଦଣ୍ଡ ସମ୍ବନ୍ଧୀୟ ଆଇନଗୁଡ଼ିକର ଘୋଷଣା ପରେ, ଓଡ଼ିଶା ଜିଲ୍ଲା ଏବଂ ସିଭିଲ କୋର୍ଟର ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ଭ) ନିୟମାବଳୀ, ୨୦୦୮ ର ସଂଶୋଧନ ଅତ୍ୟାବଶ୍ୟକ ହୋଇପଡ଼ିଛି। ଏହି ସଂଶୋଧନର ଉଦ୍ଦେଶ୍ୟ ହେଉଛି ଅଧୀନସ୍ଥ ନ୍ୟାୟିକ କର୍ମଚାରୀଙ୍କର ନୂତନ ଆଇନ ସମ୍ବନ୍ଧୀୟ ଜ୍ଞାନ ଓ କାର୍ଯ୍ୟକୁଶଳତା ବଢ଼ାଇବା । ଏହି ପଦକ୍ଷେପ ଦ୍ୱାରା ଦୈନିକ ଅଦାଲତ କାର୍ଯ୍ୟ ନିର୍ବିଘ୍ନ ଭାବରେ ଚାଲିପାରିବ ଏବଂ ଲୋକମାନେ ତ୍ୱରିତ ଭାବରେ ନ୍ୟାୟ ପାଇପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande