ନୂଆଦିଲ୍ଲୀ, ୦୧ ଅଗଷ୍ଟ (ହି.ସ.)- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଏବଂ
ଏମ୍ଡି ଅନିଲ ଅମ୍ବାନୀଙ୍କୁ ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସମନ
ଜାରି କରିଛି। କେନ୍ଦ୍ରୀୟ ତଦନ୍ତ ସଂସ୍ଥା ତାଙ୍କୁ ୫ ଅଗଷ୍ଟରେ ପଚରାଉଚରା ପାଇଁ ଡକାଇଛି।କେନ୍ଦ୍ରୀୟ
ତଦନ୍ତ ସଂସ୍ଥା ଅନିଲ ଅମ୍ବାନୀଙ୍କୁ ପଠାଯାଇଥିବା ସମନରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ କହିଛି, କାରଣ ଏଠାରେ ମାମଲା ପଞ୍ଜିକୃତ ହୋଇଛି। ସରକାରୀ ସୂତ୍ର
ଶୁକ୍ରବାର ଦିନ କହିଛନ୍ତି ଯେ ମନି ଲଣ୍ଡରିଂ ନିବାରଣ ଆଇନ, ୨୦୦୨ (ପିଏମଏଲଏ)
ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା