ଆନନ୍ଦପୁରକୁ ରେଳପଥ ସଂଯୋଗ ଦାବିରେ ମୂଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ, କେନ୍ଦୁଝର ସମ୍ମୁଖରେ ଗଣଧାରଣା
କେନ୍ଦୁଝର, ୧ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ମା'' ଧନେଇ ସେବାସଂଘର କର୍ମକର୍ତା ତଥା ଉପଖଣ୍ଡର ସାଧାରଣ ଜନତାଙ୍କ ଦ୍ୱାରା ମୂଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ, କେନ୍ଦୁଝର ସମ୍ମୁଖରେ ଗଣଧାରଣା ଦିଆଯାଇଛି। କେନ୍ଦୁଝର ଜିଲ୍ଲାର ପ୍ରମୂଖ ଉପଖଣ୍ଡ ଆନନ୍ଦପୁରକୁ ରେଳପଥ ସଂଯୋଗ
ଆନନ୍ଦପୁରକୁ ରେଳପଥ ସଂଯୋଗ ଦାବିରେ ମୂଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ, କେନ୍ଦୁଝର ସମ୍ମୁଖରେ ଗଣଧାରଣା


କେନ୍ଦୁଝର, ୧ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ମା' ଧନେଇ ସେବାସଂଘର କର୍ମକର୍ତା ତଥା ଉପଖଣ୍ଡର ସାଧାରଣ ଜନତାଙ୍କ ଦ୍ୱାରା ମୂଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ, କେନ୍ଦୁଝର ସମ୍ମୁଖରେ ଗଣଧାରଣା ଦିଆଯାଇଛି। କେନ୍ଦୁଝର ଜିଲ୍ଲାର ପ୍ରମୂଖ ଉପଖଣ୍ଡ ଆନନ୍ଦପୁରକୁ ରେଳପଥ ସଂଯୋଗ ନିମନ୍ତେ ଦୀର୍ଘ ଦିନଧରି ଗଣତନ୍ତ୍ରକୁ ସମ୍ମାନ ଜଣାଇ ଦାବି, ଧାରଣା, ଅନଶନ, ଶୋଭାଯାତ୍ରା, ଧର୍ମଘଟ, ପଦଯାତ୍ରା, ଦଣ୍ଡବତ ଯାତ୍ରା, ମାନବ ଶୃଙ୍ଖଳ ଇତ୍ୟାଦି ବାରମାର କରାଯାଇଥିଲେ ମଧ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରେଳ ବିଭାଗକୁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ଅଦ୍ୟାବଧି ଆନନ୍ଦପୁରକୁରେଳପଥ ସଂଯୋଗ ନିମନ୍ତେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଏହାର ପ୍ରତିବାଦରେ ଏହି ଗଣଧାରଣା ଦିଆଯାଇଛି। ଖବର ପାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଅଧିକାରୀ ପହଂଚି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande