ଜିଲ୍ଲା ସ୍ୱାସ୍ଥ୍ୟସମିତି ସୁବର୍ଣ୍ଣପୁର ତାଲିମ ଗୃହ ଠାରେ ଫାଇଲେରିଆ ରୋଗ ନିୟନ୍ତ୍ରଣ ପାଇଁ ଏକ କର୍ମଶାଳା ଏବଂ ସଚେତନତା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର, ୦୧ ଅଗଷ୍ଟ(ହି.ସ.) – ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତାଲିମ ଗୃହ ଠାରେ ଫାଇଲେରିଆ ରୋଗ ନିୟନ୍ତ୍ରଣ ପାଇଁ ଏକ କର୍ମଶାଳା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି. ସକାଳ ୧୦ ଘଣ୍ଟା ସମୟରେ ସ୍ୱାସ୍ଥ୍ୟ କର୍ମୀ ମହିଳା ମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତଫାଇଲେରିଆ
ଜିଲ୍ଲା ସ୍ୱାସ୍ଥ୍ୟସମିତି ସୁବର୍ଣ୍ଣପୁର ତାଲିମ ଗୃହଠାରେ ଫାଇଲେରିଆ ରୋଗ ନିୟନ୍ତ୍ରଣ ପାଇଁ ଏକ କର୍ମଶାଳା ଏବଂ ସଚେତନତା ଶିବିର ଅନୁଷ୍ଠିତ


ଜିଲ୍ଲା ସ୍ୱାସ୍ଥ୍ୟସମିତି ସୁବର୍ଣ୍ଣପୁର ତାଲିମ ଗୃହଠାରେ ଫାଇଲେରିଆ ରୋଗ ନିୟନ୍ତ୍ରଣ ପାଇଁ ଏକ କର୍ମଶାଳା ଏବଂ ସଚେତନତା ଶିବିର ଅନୁଷ୍ଠିତ


ସୁବର୍ଣ୍ଣପୁର, ୦୧ ଅଗଷ୍ଟ(ହି.ସ.) – ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତାଲିମ ଗୃହ ଠାରେ ଫାଇଲେରିଆ ରୋଗ ନିୟନ୍ତ୍ରଣ ପାଇଁ ଏକ କର୍ମଶାଳା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି. ସକାଳ ୧୦ ଘଣ୍ଟା ସମୟରେ ସ୍ୱାସ୍ଥ୍ୟ କର୍ମୀ ମହିଳା ମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତଫାଇଲେରିଆ ରୋଗ ନିୟନ୍ତ୍ରଣ ପାଇଁ ହେବାକୁ ଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାର ୪ଟି ବ୍ଲକରେ ଏହି ରୋଗ ର ପ୍ରଭାବ ଅଧିକ ରହୁଥିବାରୁ ସର୍ବମୋଟ ୧୬୧୫ଟି ଡ୍ରଗ୍ସ ପ୍ରଭାଇଡ଼ର ନିଯୁକ୍ତି ହୋଇଛନ୍ତି ଓ ତାଙ୍କୁ ସୁପରଭାଇଜ କରିବା ପାଇଁ ୧୭୭ ଜଣ ସୁପରଭାଇଜରନିଯୁକ୍ତି କରାଯାଇଛି. ସମସ୍ତଙ୍କୁ ତାଲିମ ପ୍ରଦାନ କରାଯାଇଛି ଓ ଶତପ୍ରତିଶତ ସଫଳ କିପରି ହେବ ସେଥିପାଇଁ ଜିଲ୍ଲାର ସମସ୍ତ କଲେଜ ର ଅଧକ୍ଷ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅପରାହ୍ନ ୩ ଟାରୁ ୫ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଦୁର୍ଗାଦତ ଦାଶ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା ରମେଶ ଚନ୍ଦ୍ର ସ୍ୱାଇଁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମା ଡା ପଦ୍ମହଂସା ଦୋରା ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଭିବିଡି କଂସଲଟାଂଟ ସୁନୀଲ ମହନ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଜିଲ୍ଲା କୋଡିନେଟର ଫାଇଲେରିଆ ଜବକିନ୍ସନ ପ୍ରଧାନ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ. ସମସ୍ତ କଲେଜର ଅଧକ୍ଷମାନଙ୍କୁ ସଚେତନତା ବାର୍ତା ମାଧ୍ୟମରେ କଲେଜ ଛାତ୍ରମାନଙ୍କୁ ଏହି ସମୂହ ଔଷଧ ସେବନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶତପ୍ରତିଶତ ସଫଳ ଯେପରି ହେବ ସେ ଉପରେ ଯତ୍ନବାନ ହେବାକୁ ଅନୁରୋଧ କରାଗଲା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସାଙ୍ଗ ଘୋଷଣା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande