କେଦାରନାଥ ଯାତ୍ରା ବନ୍ଦ, ରାଜ୍ୟର ପାଞ୍ଚଟି ଜିଲ୍ଲାରେ ବର୍ଷା ଆର୍ଲଟ
ଡେରାଡୁନ, 1 ଅଗଷ୍ଟ(ହି.ସ.)-ଉତ୍ତରାଖଣ୍ଡରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଆଜି ଡେରାଡୁନ, ଟିହରୀ, ପୌଡି, ନୈନିତାଲ ଏବଂ ବାଗେଶ୍ୱର ଜିଲ୍ଲାରେ ବର୍ଷା ପାଇଁ ୟେଲୋ ଆର୍ଲଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି
କେଦାରନାଥ ଯାତ୍ରା ବନ୍ଦ, ରାଜ୍ୟର ପାଞ୍ଚଟି ଜିଲ୍ଲାରେ ବର୍ଷା ଆର୍ଲଟ


ଡେରାଡୁନ, 1 ଅଗଷ୍ଟ(ହି.ସ.)-ଉତ୍ତରାଖଣ୍ଡରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଆଜି

ଡେରାଡୁନ, ଟିହରୀ, ପୌଡି, ନୈନିତାଲ ଏବଂ

ବାଗେଶ୍ୱର ଜିଲ୍ଲାରେ ବର୍ଷା ପାଇଁ ୟେଲୋ ଆର୍ଲଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ

ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅନ୍ୟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ

ବର୍ଷା ହୋଇପାରେ। ପାଣିପାଗ ସତର୍କତାକୁ ଦୃଷ୍ଟିରେ ରଖି, ରାଜ୍ୟ ବିପର୍ଯ୍ୟୟ

ପରିଚାଳନା କର୍ତ୍ତୃପକ୍ଷ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲଗାତାର

ବର୍ଷା ଯୋଗୁଁ ଗତ ଚାରି ଦିନ ଧରି କେଦାରନାଥ ଯାତ୍ରା ବନ୍ଦ ରହିଛି। ଯାତ୍ରୀମାନଙ୍କୁ ସୋନପ୍ରୟାଗରେ

ଅଟକାଯାଉଛି। ଜିଲ୍ଲାଧିକାରୀ ପ୍ରତୀକ ଜୈନ କହିଛନ୍ତି ଯେ ଗୌରୀକୁଣ୍ଡ ନିକଟରେ ଭୂସ୍ଖଳନ ଯୋଗୁଁ

ରାସ୍ତା ବନ୍ଦ ରହିଛି। ରାସ୍ତା ଖୋଲିବା ପାଇଁ ପ୍ରୟାସ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande