ସକାଳୁ ଦାନ୍ତ ଘଷୁଘଷୁ ଆକାଶରୁ ପଡ଼ିଲା ମୃତ୍ୟୁର ଫାଶ, ବିଦ୍ୟୁତ ତାର ଛିଣ୍ଡି ଚାଲିଗଲା ବୃଦ୍ଧଙ୍କ ଜୀବନ
ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ଦାନ୍ତ ଘଷୁଘଷୁ ଆକାଶରୁ ପଡ଼ିଲା ମୃତ୍ୟୁର ଫାଶ ଆଉ ତା’ପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଆଜି ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲା ତୁଷୁରା ଥାନା ଖକସିକନା ଗାଁରେ। ଏହି ଗାଁର ୬୦ ବର୍ଷୀୟ ବୃଦ୍ଧ ବ୍ରଜବନ୍ଧୁ ପଧାନ। ସବୁଦିନ ଭଳି ଶୁକ୍ରବାର ସକାଳୁ ନିଜ ଘର ପ
ସକାଳୁ ଦାନ୍ତ ଘଷୁଘଷୁ ଆକାଶରୁ ପଡ଼ିଲା ମୃତ୍ୟୁର ଫାଶ, ବିଦୂତ ତାର ଛିଣ୍ଡି ଚାଲିଗଲା ବୃଦ୍ଧଙ୍କ ଜୀବନ


ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ଦାନ୍ତ ଘଷୁଘଷୁ ଆକାଶରୁ ପଡ଼ିଲା ମୃତ୍ୟୁର ଫାଶ ଆଉ ତା’ପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଆଜି ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲା ତୁଷୁରା ଥାନା ଖକସିକନା ଗାଁରେ। ଏହି ଗାଁର ୬୦ ବର୍ଷୀୟ ବୃଦ୍ଧ ବ୍ରଜବନ୍ଧୁ ପଧାନ। ସବୁଦିନ ଭଳି ଶୁକ୍ରବାର ସକାଳୁ ନିଜ ଘର ପାଖରେ ଥିବା ନଳକୂପକୁ ଦାନ୍ତ ଘଷିବାକୁ ଯାଇଥିଲେ। ସେଠାରେ ଦାନ୍ତ ଘଷୁ ଥିବା ସମୟରେ ହଠାତ୍‌ ନଳକୂପ ଉପରେ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ବ୍ରଜବନ୍ଧୁଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଚାଲିଯାଇଥିଲା ବ୍ରଜବନ୍ଧୁଙ୍କ ଜୀବନ। ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ତାର ଛିଣ୍ଡିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande