ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ୫ ଦିନିଆ ପ୍ରଶିକ୍ଷଣ ଉଦଯାପିତ
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ ବିଭାଗ ସ୍ନାତକୋତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ପାଂଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ ହୋଇଯ
ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ୫ ଦିନିଆ ପ୍ରଶିକ୍ଷଣ ଉଦଯାପିତ


ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ ବିଭାଗ ସ୍ନାତକୋତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ପାଂଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ, ପୂର୍ବତନ ପ୍ରାଣୀ ବିଜ୍ଞାନୀ ଆସୋସିଏଟ୍ ପ୍ରଫେସର ଡ଼ ଜୟକୃଷ୍ଣ ପାଣିଗ୍ରାହୀ, ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳୀ , ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଉପ ନିର୍ଦ୍ଦେଶିକା ଶ୍ରୀମତୀ ସିଏଚ୍‌. ବିଜୟ ଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପାଂଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୦୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ଓ ଏହି ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅନେକ ବିଷୟ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଶେଷ କରି ସେମାନଙ୍କ ବ୍ୟକ୍ତିଗତ ବିକାଶ ଦିଗରେ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା। ଶିକ୍ଷକମାନେ ପ୍ରଶିକ୍ଷିତ ହେଲେ ସେମାନେ ଆଗାମୀ ପିଢ଼ିକୁ ସଠିକ୍ ଢଙ୍ଗରେ ଗଢ଼ି ପାରିବେ। ଏହି ଅବସରରେ ନିର୍ଦ୍ଦେଶିକା ଶ୍ରୀମତୀ ନିୟତୀ ପଟ୍ଟନାୟକ କହିଛନ୍ତି, ଏହି ପାଂଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ହିଁ ଶିକ୍ଷକମାନଙ୍କ ଶିକ୍ଷକତା ଯାତ୍ରାର ଶୁଭାରମ୍ଭ ହୋଇଛି । ଏହିଠାରୁ ବାହାରିବା ପରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବିଦ୍ୟାଳୟର ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଛନ୍ତି ନିର୍ଦ୍ଦେଶିକା।

ସେହିପରି ପ୍ରଫେସର ଡ଼ ପାଣିଗ୍ରାହୀ ଉଦଯାପନୀ ଅଧିବେଶନରେ ଯୋଗ ଦେଇ ଜଣେ ଭଲ ଓ କର୍ତବ୍ୟନିଷ୍ଠ ଶିକ୍ଷକ ହେବା ପାଇଁ ପ୍ରେରିତ କରିଥିଲେ । ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ପାଂଚ ଦିବସୀୟ ପ୍ରଶିକ୍ଷଣର ରିପୋର୍ଟ ପ୍ରଦାନ କରିଥିବା ଉପ-ନିର୍ଦ୍ଦେଶିକା ସିଏଚ୍‌. ବିଜୟଲକ୍ଷ୍ମୀ ପିଜିଟି ମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ଶେଷରେ ଯୁଗ୍ମ ନିର୍ଦ୍ଦେଶିକା ଶ୍ରମତୀ ସସ୍ମିତା ମାଳି ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande