ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ସାର ନିଅଂଟିଆ ଯୋଗାଣ ଯୋଗୁଁ କଳା ବଜାର, କୃଷି ବୀମା କମ୍ପାନୀ ର ଠକେଇ ଓ ଅବ୍ୟବସ୍ଥା , ଧାନ ବିକ୍ରି ପାଇଁ ପଞ୍ଜୀକରଣ ରେ ଅସୁବିଧା
ଉପରେ ଆଜି ଅନୁଷ୍ଟିତ ସାମ୍ବାଦିକ ସମ୍ବିଲନି ରେ କୃଷକ ମହାସଂଘ ଅସନ୍ତୋଷ ପ୍ରକାଶ କରିଛି। ଆଜି ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଆହୁତ ସମ୍ବିଲାନି ରେ ସଭାପତି ଜତି ପଧାନ , ସମ୍ପାଦକ ଚଗଲା ପରିଛା, କୃଷ୍ଣ ଚନ୍ଦ୍ର ଖେତି ପ୍ରମୁଖ ଯୋଗ ଦେଇ ଦେଇଥିଲେ। ୟୁରିଆ ସାର ଆବଶ୍ୟକ ଠାରୁ କାମ ଯୋଗାଣ ଯୋଗୁଁ କଳାବଜାରୀ ରେ ନିର୍ଦ୍ଧାରିତ ଦର୍ ଠାରୁ ଅଧିକ ଦଲ ଚାଷୀ କୁ ଦେବାକୁ ପଡ଼ୁଛି। ଚାଷୀ ବୀମା ପାଇଁ ମିଳିଥିବା ଏସ ବି ଆଇ ବୀମା କମ୍ପାନୀ କୁ ମିଳିଛି ଏହି କମ୍ପାନୀ ଗତ ବର୍ଷ ମଧ୍ୟ ପାଇ ଥିଲା ସେ ୨୦୨୪ ଖରିପ ର ମକା ର ଲୋକଙ୍କୁ ଅର୍ଥ ଦେଇ ନାହିଁ , ଗତ ବର୍ଷ ଚାଷ ଜମି ସହିତ ସରକାରୀ ଜମି ର ପ୍ରିମିୟମ ଅର୍ଥ ନେ଼ଇ ଯାଇ ଜାଲିଆତି କରିଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଛି। ଧାନ ପଞ୍ଜୀକରଣ ସରଲି କରଣ କରଣ କରିବାକୁ ଦାବି ହୋଇଛି। ଚାଷୀ କୁ ବାଇ ମେଟ୍ରିକ ରେ ବିଳମ୍ବିତ, ଡି ବି ଟି ମାଧ୍ୟମ ରେ ଚାଷୀ ର ବିଭିନ୍ନ ବ୍ୟାଙ୍କ ରେ ଥିବା ଖାତା ଥିବା ଯୋଗୁ ଅସୁବିଧା କୁ ଦୂର କରାଯିବା ପାଇଁ ଶ୍ରୀ ପାଧାନ ଦାବି କରିଥିଲେ।
--------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ