ବୋଲେରୋରୁ ୧୨ ଲକ୍ଷ ଟଙ୍କା ଜବତ : ୪ ଗିରଫ
ସୁବର୍ଣ୍ଣପୁର, ୧ ଅଗଷ୍ଟ (ହି.ସ.)- ବୋଲେରୋରୁ ୧୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସୁବର୍ଣ୍ଣପୁର -ରାମପୁର- ବରପାଲି ରାସ୍ତାରେ ଚେକିଂ ବେଳେ ଗାଡିରୁ ୧୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ତେବେ ଏନେଇ କୌଣସି ସନ୍ତୋଷଜନକ ଉତର ଦେଇନପାରିବାରୁ ପୋଲିସ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଗତକାଲି ଅଭିଯୁକ୍
ବୋଲେରୋରୁ ୧୨ ଲକ୍ଷ ଟଙ୍କା ଜବତ : ୪ ଗିରଫ


ସୁବର୍ଣ୍ଣପୁର, ୧ ଅଗଷ୍ଟ (ହି.ସ.)- ବୋଲେରୋରୁ ୧୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସୁବର୍ଣ୍ଣପୁର -ରାମପୁର- ବରପାଲି ରାସ୍ତାରେ ଚେକିଂ ବେଳେ ଗାଡିରୁ ୧୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ତେବେ ଏନେଇ କୌଣସି ସନ୍ତୋଷଜନକ ଉତର ଦେଇନପାରିବାରୁ ପୋଲିସ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଗତକାଲି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଏବଂ କେଉଁଆଡେ ଯାଉଥିଲା ସେନେଇ ସୁବର୍ଣ୍ଣପୁର ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ପ୍ରକାଶ ଥାଉକି, ଗତ ବୁଧବାର ଦିନ ରାସ୍ତାରେ ଚେକିଂ ବେଳେ ଉକ୍ତ ବୋଲେରୋରୁ ୧୨ ଲକ୍ଷ ଟଙ୍କା ମିଳିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande