ପାତ୍ରପୁଟ ପେଟ୍ରୋଲ ପମ୍ପ ଛୁରାମାଡ ମାମଲା : ଜଣେ ଗିରଫ
ଜୟପୁର, ୧ ଅଗଷ୍ଟ (ହି.ସ.)- ଜୟପୁର ନିକଟ ପାତ୍ରପୁଟ ପେଟ୍ରୋଲପମ୍ପରେ ଛୁରାମାଡ ମାମଲାରେ ଆଜି ସଦର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଡଙ୍ଗରଛିଞ୍ଚି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମକାପୁଟ୍‌ ଗ୍ରାମର ଇଶ୍ବର ନାଗ (୨୨)। ପ୍ରକାଶ ଥାଉକି, ଗତ ୩୦ ତାରିଖ ସ
ପାତ୍ରପୁଟ ପେଟ୍ରୋଲ ପମ୍ପ ଛୁରାମାଡ ମାମଲା : ଜଣେ ଗିରଫ


ଜୟପୁର, ୧ ଅଗଷ୍ଟ (ହି.ସ.)- ଜୟପୁର ନିକଟ ପାତ୍ରପୁଟ ପେଟ୍ରୋଲପମ୍ପରେ ଛୁରାମାଡ ମାମଲାରେ ଆଜି ସଦର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଡଙ୍ଗରଛିଞ୍ଚି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମକାପୁଟ୍‌ ଗ୍ରାମର ଇଶ୍ବର ନାଗ (୨୨)। ପ୍ରକାଶ ଥାଉକି, ଗତ ୩୦ ତାରିଖ ସନ୍ଧ୍ୟାରେ ପାତ୍ରପୁଟ ବ୍ରିଜ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏକ ଅଟୋରେ ଅଭିଯୁକ୍ତ ଇଶ୍ବର ଓ ସ˚ପର୍କୀୟ ମାନେ ପମ୍ପକୁ ଆସି ଡିଜେଲ ପକାଇଥିଲେ। ପମ୍ପରେ କାର୍ଯ୍ୟରତ ଥିବା ରାଜେନ୍ଦ୍ର ଖିଲ ପଇସା ମାଗିବାରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ହଠାତ ଇଶ୍ବର ଧାରୁଆ ଛୁରିରେ ରାଜେନ୍ଦ୍ରଙ୍କ ବେକକୁ ଆକ୍ରମଣ କରିଥିଲେ। ଘଟଣାଟି ସିସିଟିଭି କ୍ୟାମେରା ଦ୍ବାରା କଏଦ ଥିବା ବେଳେ ଛୁରି ମାଡ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପେଟ୍ରୋଲ ପମ୍ପରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ବୈପାରିଗୁଡା ଚନ୍ଦ୍ରପଡା ପଞ୍ଚାୟତର ପାଲିଗୁଡା ଗାଁର ଲଳିତ ଖିଲଙ୍କ ପୁଅ ରାଜେନ୍ଦ୍ର ଖିଲଙ୍କୁ ସ˚ଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ଆହତକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ରାଜେନ୍ଦ୍ରଙ୍କ ସାନ ଭାଇ ସୁରେନ୍ଦ୍ର ସଦରଥାନାରେ ଏତଲା ପ୍ରଦାନ କରିବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ଇଶ୍ବର ନାଗକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande