ବିଦ୍ୟାଳୟ ସ୍ତରୀୟ ବାତଜ୍ୱର ସର୍ବେକ୍ଷଣ ଅଭିଯାନ
ଖୋର୍ଦ୍ଧା, ୧ ଅଗଷ୍ଟ (ହି.ସ.)- ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଆନୁକୁଲ୍ୟରେ ଫ୍ୟାଲେରିଆ(ବାତଜ୍ୱର) ନିରାକରଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ବାତଜ୍ୱର ସର୍ବେକ୍ଷଣ ଶୁକ୍ରବାର ତଥା ଆଜି ଠାରୁ ଆରମ୍ଭ ହୋଇଛି । ଏହି ସର୍ଭେକ୍ଷଣରେ ଜିଲ୍ଲାର ୨୭୫ଟି ବିଦ୍ୟାଳୟ
ବାତଜ୍ୱର୍


ଖୋର୍ଦ୍ଧା, ୧ ଅଗଷ୍ଟ (ହି.ସ.)- ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଆନୁକୁଲ୍ୟରେ ଫ୍ୟାଲେରିଆ(ବାତଜ୍ୱର) ନିରାକରଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରୀୟ ବାତଜ୍ୱର ସର୍ବେକ୍ଷଣ ଶୁକ୍ରବାର ତଥା ଆଜି ଠାରୁ ଆରମ୍ଭ ହୋଇଛି । ଏହି ସର୍ଭେକ୍ଷଣରେ ଜିଲ୍ଲାର ୨୭୫ଟି ବିଦ୍ୟାଳୟ ଭାଗ ନେବେ ଯେଉଁଥିରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ଫ୍ୟାଲେରିଆ ନିରାକରଣ ପାଇଁ ନିରୂପଣ ପରୀକ୍ଷଣ କରାଯିବ । ଏହି ସର୍ବେକ୍ଷଣ ପ୍ରାଥମିକ ପର୍ଯ୍ୟୟରେ ଖୋର୍ଦ୍ଧା, ଖୋର୍ଦ୍ଧା ସହରାଂଚଳ, ବେଗୁନିଆ, ବୋଲଗଡ଼, ବାଣପୁର, ଚିଲିକା ଓ ଟାଙ୍ଗୀ ଅଂଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜଟଣୀ,ଜଟଣୀ ସହରାଂଚଳ, ଭୁବନେଶ୍ୱର, ଭୁବନେଶ୍ୱର ସହରାଂଚଳରେ ଥିବା ବିଦ୍ୟାଳୟ ଗୁଡିକରେ ଆସନ୍ତା ସେପ୍ଟେମ୍ବର ମାସରେ ସର୍ବେକ୍ଷଣ କରାଯିବ । ଏହି ସର୍ଭେ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିକ୍ଷା ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।

ଏହି ସର୍ଭେରେ ୪୫ଟି ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଟିମ୍ ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ୯୨୩୨ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା କରାଯିବ ଓ ଫ୍ୟାଲେରିଆ ନିରୂପଣ ହେଲେ ଚିକିତ୍ସା ବ୍ୟବସ୍ଥା କରାଯିବ । ପରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମର ତଦାରଖ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande