ବିଜେପିର ବରିଷ୍ଠ ନେତା ନୃସିଂହ ଜେନା ଆଉ ନାହାନ୍ତି
ରାଉରକେଲା, ୧ ଅଗଷ୍ଟ (ହି.ସ.)- ବିଜେପିର ବରିଷ୍ଠ ନେତା ନୃସିଂହ ଚରଣ ଜେନାଙ୍କ ୬୨ ବର୍ଷ ବୟସରେ ଗତକାଲି ପରଲୋକ ଘଟିଛି। ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ଆପୋଲୋ ହସ୍ପିଟାଲରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ନିଆଯାଉଥିବା ସମୟରେ ସେ ରାସ୍ତାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି
ବିଜେପିର ବରିଷ୍ଠ ନେତା ନୃସିଂହ ଜେନା ଆଉ ନାହାନ୍ତି


ରାଉରକେଲା, ୧ ଅଗଷ୍ଟ (ହି.ସ.)- ବିଜେପିର ବରିଷ୍ଠ ନେତା ନୃସିଂହ ଚରଣ ଜେନାଙ୍କ ୬୨ ବର୍ଷ ବୟସରେ ଗତକାଲି ପରଲୋକ ଘଟିଛି। ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ଆପୋଲୋ ହସ୍ପିଟାଲରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ନିଆଯାଉଥିବା ସମୟରେ ସେ ରାସ୍ତାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ଖବର ପାଇବା ମାତ୍ରେ ବିଜେପି ମହଲରେ ଶୋକର ଛାୟା ଖେଳି ଯାଇଛି । ସ୍ବର୍ଗତ ନୃସିଂହ ଜେନା ଏକାଧାରରେ ଜଣେ ରାଜନୈତିକ ନେତା ସହିତ ଜଣେ ସୁଲେଖକ, କବି, ତେଜସ୍ଵୀ ବକ୍ତା, ସମାଜ ସେବୀ ଥିଲେ । ସେ ବିଭିନ୍ନ ସଙ୍ଗଠନ ସହିତ ଜଡିତ ଥିଲେ । ସେ ଜଣେ ନିର୍ଭୀକ, ଟାଣୁଆ ଓ ସୁସଂଗଠକ ଥିଲେ । ଏଥି ସହିତ ସେ ପୂର୍ବତନ ରାଉଲକେଲା ଓକିଲ ସଂଘର ଏଡ଼ିଟର, ପତି ସୁରକ୍ଷା ମଂଚର ସଭାପତି ଓ ସୁନ୍ଦରଗଡ ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସଭାପତି ଥିଲେ । ତାଙ୍କର ରାଜନୈତିକ ଜୀବନ ବିଜେପିରୁ ଆରମ୍ଭ ହୋଇଥିଲା ଓ ସେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ଥିଲେ । ତାଙ୍କର ନିଧନରେ ବିଜେପିର ଅତୁଳନୀୟ କ୍ଷତି ଘଟିଲା ବୋଲି ଜିଲ୍ଲା ତରଫରୁ ପ୍ରକାଶ କରାଯାଇଛି। ଏହି ଦୁଃଖଦ ଖବର ପାଇ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଶୋକ ପ୍ରକାଶ କରିବା ସହିତ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ ଏବଂ ଏହି ଦୁଃଖଦ ସମୟରେ ଭଗଵାନ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଶକ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ଅନୁରୂପ ଶୋକ ପ୍ରକାଶ କରିଥିଲେ । ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ବଡ଼ ଭାଇ, ପତ୍ନୀ, ପୁତ୍ର ଓ ପୁତ୍ରୀ ଉପସ୍ଥିତ ଥିଲେ । ତାଙ୍କ ପାର୍ଥିବ ଶରୀର ଆଜି ସକାଳେ ତାଙ୍କ ରାଉରକେଲା ସ୍ଥିତ ଚ୍ଛେଣ୍ଡ ବାସଭବନରେ ପହଞ୍ଚିଥିଲା । ସେଠାରୁ ଶେଷ ବିଦାୟ ଶ୍ରଦ୍ଧାଞ୍ଜଳି ଆରମ୍ଭ ହୋଇ, ତାପରେ ରାଉରକେଲାର ସେକ୍ଟର ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଓ ପରେ କୋର୍ଟ ଫାଟକ ଠାରେ ଓକିଲ ସଂଘ ତରଫରୁ ଆଇନଜୀବୀ ଭାଇ ଭଉଣୀ ମାନେ, ବିଜେପି କାର୍ଯ୍ୟକର୍ତ୍ତା, କର୍ମୀ, ବ୍ୟକ୍ତି ବିଶେଷଙ୍କ ତରଫରୁ ଶେଷ ବିଦାୟ ଅଶ୍ରୁଳଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଶେଷରେ ତାଙ୍କ ପାର୍ଥିବ ଶରିରକୁ ବେଦବ୍ୟାସର ବୈକୁଣ୍ଠ ଘାଟରେ ସଂସ୍କାର କରାଯାଇ ଥିଲା।

ଏହି କାର୍ଯ୍ୟକ୍ରମରେ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତା ଗଙ୍ଗାଧର ଦାଶ, ଆରଏସଏସ ପଞ୍ଚିମ ଓଡ଼ିଶା ପ୍ରାନ୍ତ ସଂଘ ଚାଳକ ଡ୍ ସନାତନ ପ୍ରଧାନ, ପ୍ରମେୟ ଚିଫ ଏଡିଟର ମନୋରଞ୍ଜନ ଦାସ, ବରିଷ୍ଠ ନେତା କେ ବି ଶତପଥୀ, ମୁରଲୀ ଗୌଡ଼, ଜିତେନ ମହାନ୍ତି, ଜଗବନ୍ଧୁ ସାହୁ, ମଳୟ ମହାପାତ୍ର, ଅଶୋକ ଲେଙ୍କା, ଶଶାଙ୍କ ଶେଖର ଜେନା, ପ୍ରଫୁଲ୍ଲ ମିଶ୍ର, ଅକ୍ଷୟ କୁମାର ଦାଶ, ରଙ୍ଗବାଦୂର୍ ବାଗ, ବୁଦ୍ଧିରାମ ସ୍ୱାଇଁ, ମନୋରଞ୍ଜନ ମୁନି, ବିଜୟ ଖାଲୋକୋ, ରାଜେନ୍ଦ୍ର ସାହୁ, ଅଜୟ କଂସାରୀ, ଦିଲ୍ଲୀପ ପଟ୍ଟନାୟକ, ଦିଲ୍ଲୀପ ଦାଶ, ପ୍ରବାଳ ରଞ୍ଜନ ବାରିକ, ଭବାନୀ କବି, କୈଳାଶ ରାଉତ, ଅବୋଧ ରାୟ, ଆଖଣ୍ଡମଣି ପଣ୍ଡା, ପ୍ରସାନ୍ତ ପଣ୍ଡା , ରାଜେଶ ପ୍ରସାଦ, ସଂଜିତ୍ ସାହୁ, ଆଦିତ୍ୟ ମହାପାତ୍ର, ସତ୍ୟ ପ୍ରିୟ ସାହୁ, ଶଇଲେନ୍ଦ୍ର ମହାନ୍ତି, ବଟ କ୍ରିଷ୍ଣ ନାୟକ, ମମତା ମହାନ୍ତି, ପ୍ରତାପ ପଟ୍ଟନାୟକ, ନିର୍ମଳ ଘଡାଇ, ମନୋଜ ପଟ୍ଟନାୟକ , ମନୋଜ ଦାସ ଶରତ ସା, ଜର୍ଜ ଆନନ୍ଦ, ରମେଶ ଜେନା , ଅଭିରାମ ଦାସ, ମନୋଜ ନାୟକ , ନରେଶ ଜେନା, ଶେଖ୍ ମୂଜାହିଦ୍, ପିତାମ୍ବର ବିଶ୍ବାଳ , ଦିଲ୍ଲୀପ କୁମାର ଜେନାଙ୍କ ସମେତ ଶତାଧିକ ଉପସ୍ଥିତ ଶେଷ ବିଦାୟ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ଓ ପବିତ୍ର ଅମର ଆତ୍ମାର ସଦଗତି ନିମନ୍ତେ ପରମେଶ୍ବରଙ୍କୁ ପ୍ରାର୍ଥନା କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande