ଶିବରାଜ ସିଂହ ମେଘାଳୟ ଅନାନାସ ମହୋତ୍ସବର କଲେ ଶୁଭାରମ୍ଭ
ନୂଆଦିଲ୍ଲୀ, ୦୧ ଅଗଷ୍ଟ(ହି.ସ.) – କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର ଦିନ ଦିଲ୍ଲୀରେ ମେଘାଳୟ ଅନାନାସ ମହୋତ୍ସବ-୨୦୨୫ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମେଘାଳୟର ମୁଖ୍ୟମନ୍ତ୍ରୀ କାନରାଡ଼ ସଂଗମା ସହିତ କେନ୍ଦ୍ର ଏବଂ ରାଜ୍ୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି ଯେ ମେଘାଳୟର ଅନାନାସ ସ୍ୱାଦ ଏବଂ ଗୁଣବତା ଦୃଷ୍ଟିରୁ ବିଶିଷ୍ଟ ଅଟେ। ମେଘାଳୟର କୃଷକ, ସେଠାର ଲୋକ ଇମାନଦାରୀରେ ଅଥକ ପ୍ରୟାସ କରୁଛନ୍ତି, ଯେଉଁଥିପାଇଁ ସେମାନେ ଅଭିନନ୍ଦନୀୟ। ମେଘାଳୟର ଅଧିକତର ଉତ୍ପାଦ ଜୈବିକ ଅଟେ, ଯାହାର ପ୍ରମୋଶନ କରାଯିବା ଦରକାର। ମେଘାଳୟର ଫଳ, ମସଲା, ହଳଦୀ, ଅଦା, କଫି, ଚା, ପଣସ ବିଖ୍ୟାତ ସହିତ ଅନ୍ୟ ବିଭିନ୍ନ କୃଷି ଉତ୍ପାଦର ଗୁଣବତା ଉଚ୍ଚ ଏବଂ ଅଦ୍‌ଭୁତ ଅଯେ। ସେ କହିଛନ୍ତି ଯେ ପୂର୍ବୋତର ଉତ୍ପାଦ ରାଜ୍ୟରୁ ବାହାରେ ଏବଂ ବିଦେଶରେ କେନ୍ଦ୍ର ସରକାର ଦ୍ୱାରା ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ମିଶି କାମ କରାଯାଉଛି। ଏହି କାମରେ ପ୍ରାଇଭେଟ ସେକ୍ଟରର ଭୂମିକା ମଧ୍ୟ ମୁଖ୍ୟ ଏବଂ ଏହା ଖୁସିର କଥା ଯେ ରାଜ୍ୟ ସରକାର ବୁଝାମଣା ମାଧ୍ୟମରେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି

 rajesh pande