ସମ୍ବଲପୁର, ୦୧ ଅଗଷ୍ଟ (ହି.ସ.)
ଆଗକୁ ଆସୁଛି ରାକ୍ଷୀପୂର୍ଣିମା। ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ରାକ୍ଷୀପୂର୍ଣିମା ପାଇଁ ବଜାରରେ ଖୋଲିଗଲାଣି ଦୋକାନ। ଭଳିକିଭଳି ରାକ୍ଷୀ ବିକ୍ରି ହେଉଛି। ଘରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ଭାଇ ଦୂରରେ ଥିଲେ ଭଉଣୀ ଡାକ କିମ୍ବା କୋରିଅରରେ ରାକ୍ଷୀ ପଠାଇ ଥାଏ। ଭାଇ ଭଉଣୀର ସମ୍ପର୍କର ମହତ୍ୱକୁ ଦର୍ଶାଉ ଥିବା ଦିନଟିକୁ ଚାହିଁ ବସିଥାନ୍ତି ଭାଇ ଭଉଣୀ। ଭଉଣୀ ଭାଇଙ୍କ ସମ୍ପର୍କକୁ ଅଧିକ ସ୍ଵଦୃଢ଼ କରିଥାଏ ରାକ୍ଷୀ। ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଆଜୀବନ ସୁରକ୍ଷା ଦେବାର ପ୍ରତିଶୃତି ଦେଇ ଥାଏ ଭାଇ। ଆସନ୍ତା ୯ ତାରିଖ ଶନିବାର ପାଳିତ ହେବ ପବିତ୍ର ରାକ୍ଷୀ ପୁର୍ଣିମା। ଭାଇ ଭଉଣୀର ସମ୍ପର୍କର ପର୍ବ ରକ୍ଷାବନ୍ଧନ ଭାଇ ପାଇଁ ମନପସନ୍ଦର ରାକ୍ଷୀ କିଣିବାକୁ ବର୍ଷର ଏହି ଦିନଟିକୁ ଅପେକ୍ଷା କରି ଥାଏ ଭଉଣୀ ହିନ୍ଦୁ ଶାସ୍ତ୍ରରେ ରାକ୍ଷୀପୂର୍ଣିମାର ଏହି ଦିବସଟି ଅତି ଗୁରୁତ୍ୱପୂର୍ଣ। ଉତ୍କଳୀୟ ସଂସ୍କୃତିରେ ଏହା ଏକ ମହାନ ପର୍ବ। ଶ୍ରାବଣ ପୁର୍ଣିମାରେ ଶ୍ରୀ ବଳଦେବ ଜୀଉଙ୍କର ଜନ୍ମଦିନରେ ପାଳନ ହେଉଥିବା ରକ୍ଷାବନ୍ଧନ ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହର ଆଦାନ ପ୍ରଦାନର ମୁଖ୍ୟ ପର୍ବ ଅଟେ। ରାକ୍ଷୀପୁର୍ଣିମା ଦିନ ଭଉଣୀ ମାନେ ସ୍ନାନ ସାରିବା ପରେ ପୂଜା ଥାଳି ପ୍ରସ୍ତୁତ କରିଥାନ୍ତି। ଥାଳିରେ ଚନ୍ଦନ, ହଳଦୀ, ଦୀପ, ଅରୁଆ ଚାଉଳ ଓ କିଛି ମିଠା ରଖାଯାଇଥାଏ। ଭାଇ ମାନେ ଅପେକ୍ଷା କରିଥାନ୍ତି କେତେବେଳେ ନିଜ ସୁନା ଭଉଣୀ ଆସି ହାତରେ ରାକ୍ଷୀ ବାନ୍ଧିବେ। ରାକ୍ଷୀ ବାନ୍ଧି ଭଉଣୀ ଭାଇର ଶୁଭ ମନାସି ଦୀର୍ଘାୟୁ କାମନା କରିଥାଏ। ଭାଇ ନିଜ ଭଉଣୀର ସୁଖ ଦୁଃଖରେ ସହାଭାଗୀ ହେବା ପାଇଁ ଏହି ପବିତ୍ର ଦିବସରେ ପ୍ରତିଶୃତି ଦେଇଥାଏ। ଭାଇ ହାତେ ରାକ୍ଷୀ ବାନ୍ଧିବା ପାଇଁ ଅଲିଅଳି ଭଉଣୀଟି ଅପେକ୍ଷା କରି ରହିଥାଏ। ଭାଇ ଭଉଣୀର ପବିତ୍ର ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ। ଏହି ପର୍ବରେ ଭଉଣୀ ତାର ସମସ୍ତ ସ୍ନେହ ଶ୍ରଦ୍ଧା ଦେଇ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଆସନ୍ତା ୯ ତାରିଖ ଶନିବାର ଦିନ ସହର ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଉଲ୍ଲାସର ସହିତ ପାଳିତ ହେବ ପବିତ୍ର ରକ୍ଷାବନ୍ଧନ ପର୍ବ। ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ପ୍ରସ୍ତୁତି ଚଳାଇଛି ଭଉଣୀ। ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଖୋଲିଛି ସିଜିନାଲ ଷ୍ଟୋର ବା ଅସ୍ଥାୟୀ ଦୋକାନ। ରକ୍ଷାବନ୍ଧନ ଉତ୍ସବକୁ ନେଇ ସମ୍ବଲପୁର ସହରର ବିଭିନ୍ନ ସାହିବସ୍ତି ଚଳଚଞ୍ଚଳ ହୋଇପଡିଥିବା ବେଳେ ଭାଇ ଭଉଣୀର ସମ୍ପର୍କକୁ ନିବିଡ଼ କରୁଥିବା ରାକ୍ଷୀର ବ୍ୟବସାୟ ଜୋର ଧରିବା ଲକ୍ଷ୍ୟ କରାଯାଇଛି। ପବିତ୍ର ରାକ୍ଷୀପୂର୍ଣିମାରେ ଭଉଣୀ ଟି ଭାଇର ହାତରେ ସ୍ନେହର ଡୋରି ବାନ୍ଧିଥାଏ। ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ସ୍ନେହ ଓ ମମତାକୁ ଦର୍ଶାଇ ଥିବାବେଳେ ଭାଇ ମଧ୍ୟ ନିଜ ଭଉଣୀକୁ ସାରାଜୀବନ ସୁରକ୍ଷା ଦେବାର ପ୍ରତିଶୃତି ଦେଇଥାଏ। ଓଡିଶାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବାବେଳେ ସେଥିମଧ୍ୟରୁ ରାକ୍ଷୀ ପୁର୍ଣିମା ଅନ୍ୟତମ। ପ୍ରତି ବର୍ଷ ଶ୍ରାବଣ ମାସର ପୁର୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଏ। ରାକ୍ଷୀ ଶକ୍ତି, ବିଶ୍ୱାସ ଓ ବିଜୟର ପ୍ରତୀକ ବୋଲି ମଧ୍ୟ କେତେକ ମହଲରେ କୁହାଯାଇଥାଏ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ