ଜୟପୁର, ୧ ଅଗଷ୍ଟ (ହି.ସ.) - କାଠ ଫାଳିଆରେ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସହର ଢେପଗୁଡା ବନ୍ଧଘାଟର ରାଜୁ ହରିଜନ। ସୁଚନା ଅନୁଯାଇ ଜୟପୁର ସହର ଢେପଗୁଡା ବନ୍ଧଘାଟ ରେ ରାଜୁ ହରିଜନ ସହ ଏସ ପ୍ରଭାକର ଚୈଧୁରି ମଧ୍ୟରେ ପୁଡିଆକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ମଧ୍ୟପାନ କରିଥିବା ରାଜୁ ହରଜିନ ଏକ କାଠ ଫିଳିଆରେ ଆକ୍ରମଣ କରିଥିଲା । ଫଳରେ ଏସ ପ୍ରଭାକର ଚୈଧୁରି ଗୁରୁତର ହୋଇଥିଲେ । ଏନେଇ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରି କାଠ ଫାଳିଆକୁ ଜବତ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଟାଉନ ଥାନା ଅଧିକାରି ଇଲ୍ଲାସ ରାଉତ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି