ବାରିପଦା, ୧ ଅଗଷ୍ଟ (ହି.ସ.)-
ସ୍ଥାନୀୟ ଶିରିଶବଣୀ ସ୍ଥିତ ସ୍ବାମୀ ବିବେକାନନ୍ଦ ଶିକ୍ଷାଶ୍ରମରେ ଗୀତାବାଣୀ ପ୍ରଚାର ସଂଘ ଆନୁକୂଲ୍ୟରେ ଶ୍ରୀରାମଚରିତ ମାନସର ରଚୟିତା ସନ୍ଥ ଗୋସ୍ଵାମୀ ତୁଳସୀଦାସଙ୍କ ଜୟନ୍ତୀ ଶିକ୍ଷାଶ୍ରମର ଅଧ୍ୟକ୍ଷା ବୀଣାପାଣି ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୀତାବାଣୀ ପ୍ରଚାର ସଂଘର ସଭାପତି ଡ଼. ପାର୍ଥ ସାରଥୀ ଜେନା, ମୁଖ୍ୟବକ୍ତା ଭାବେ ପ୍ରତିଶୃତି ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ପ୍ରବଚକ ଭାଗବତ ପଣ୍ଡା, ସମ୍ମାନିତ ବକ୍ତା ଭାବେ ଶିକ୍ଷଶ୍ରମର ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଯୋଗଦେଇ ଆଜିର ସମାଜରେ ଶୃଙ୍ଖଳିତ ଜୀବନ ନିର୍ବାହ ପାଇଁ ଗୀତାର ଉପଯୋଗୀତା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଗୋସ୍ବାମି ତୁଳସୀ ଦାଶଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ।
ଅନୁଷ୍ଠାନର ଅଧ୍ୟାପକ ଅଳକେଶ ବେହେରା, ବିଶ୍ବରଂଜନ ନାୟକ, ଅଧ୍ୟାପିକା ସୋମା ମେଟା, ଉପାଧ୍ଯକ୍ଷ ସନ୍ଦୀପ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶତାଧିକ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ