ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)-
ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଅଗଷ୍ଟ ୧ ତାରିଖରେ ବିଶ୍ୱ ଫୁସଫୁସ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟ ପରିସରରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ଥିଲା । ଏଥିରେ ଛାତ୍ରଛାତ୍ରୀମାନେ ଫୁସଫୁସ କର୍କଟ ରୋଗ ଉପରେ ବ୍ୟାନର, ପ୍ଲାକାର୍ଡ ସହିତ ରୋଗ ସଚେତନ ଉପରେ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଶୋଭାଯାତ୍ରାକୁ ଆନୁଷ୍ଠାନିକ ଭାବେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ନିର୍ଦେଶକ ଡଃ ପ୍ରଦୀପ ଷଡ଼ଙ୍ଗୀ ଆରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ବଲାଙ୍ଗିର ନୂତନ ସରକାରୀ ବସଷ୍ଟାଣ୍ଡରେ ପହଞ୍ଚି ଥିଲା । ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଛାତ୍ରଛାତ୍ରୀମାନେ ନିଜର ବକ୍ତବ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରୋଗ ଭୟାବହତା ଓ ନିରାକରଣ ଉପରେ ସଚେତନ କରିଥିଲେ । ମାଦକ ଦ୍ରବ୍ୟ ସେବନ ସହ ସିଗାରେଟ ଓ ନିଶା ପାଇଁ ଆଜି ଫୁସଫୁସ କର୍କଟ ରୋଗରେ ଲକ୍ଷାଧିକ ଜୀବନ ଓ ପରିବାର ନଷ୍ଟ ହୋଇଯାଉଛି । ଏହା ଉପରେ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ଅଧ୍ୟାପିକା ପ୍ରିୟା ପ୍ରିସିଲା, ଫାର୍ମାସୀ ବିଭାଗ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ଋଣଜିତ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ଛାତ୍ରଛାତ୍ରୀ ସଙ୍ଗୀତ ଓ ସଚେତନ ବାର୍ତ୍ତା ରଖିଥିଲେ । ଛାତ୍ରଛାତ୍ରୀମାନେ ବସଷ୍ଟାଣ୍ଡ ଭିତରେ ସମସ୍ତ କର୍ମଚାରୀ, ଯାତ୍ରୀ ଓ ସାଧାରଣ ନାଗରିକମାନଙ୍କୁ ସଚେତନ କରିବା ସହ ଏକ ଏକ ସଚେତନତା ପତ୍ର ପ୍ରଦାନ କରିଥିଲେ । ସମସ୍ତଙ୍କୁ ନିଜ ପରିବାର ସୁରକ୍ଷା ନିମନ୍ତେ ଧୂମପାନ ଓ ମାଦକ ସେବନ ବହିଷ୍କାର ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବଲାଙ୍ଗୀରର ନିର୍ଦ୍ଦେଶକ ପରିଶେଷରେ ସମସ୍ତଙ୍କୁ ଧୂମ୍ରପାନ ବର୍ଜନ ପାଇଁ ବକ୍ତବ୍ୟ ରଖିଥିଲେ । ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ସଚେତନ ହେଉଥିବାରୁ ଆଗକୁ ମଧ୍ୟ ବିଭିନ୍ନ ଦିବସ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ କ୍ଲବ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ବଲାଙ୍ଗିରର ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ବିଭାଗର ଅଧ୍ୟାପକ ଧର୍ମେନ୍ଦ୍ର ପ୍ରଧାନ ଓ ସସ୍ମିତା ସାମଲ ପରିଚାଳନା କରିଥିଲେ ଏଥିରେ ଅଧ୍ୟାପକ ଜ୍ୟୋତି ପ୍ରକାଶ ଗୁରୁ ଓ ଅଧ୍ୟାପକ କିରଣରାଜ ଶତପଥୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଛାତ୍ରୀ ପ୍ରତିଷ୍ଠା ପ୍ରିୟଦର୍ଶିନୀ ଓ ମନୀଷା ସଂଯୋଜନା କରିଥିଲେ । ନର୍ସିଂ ଓ ଫାର୍ମାସୀ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ସୁଚାରୁ ରୂପେ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ