ଓଟିଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ବୋର୍ଡ ଉପସଭାପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ ପଟ୍ଟନାୟକ
ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.) - ଓଟିଇଟିପ୍ରଶ୍ନପତ୍ର ଲିକ ପରେ ବୋର୍ଡ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ । ସେ କହିଛନ୍ତି ଯେ, ହାତ ଲେଖା ପ୍ରଶ୍ନପତ୍ର ଲାପଟପରୁ ବାହାରିଲା ବୋଲି କୁହାଯାଉଛି । ପ୍ରଶ୍ନ ଉଠୁଛି ବୋର୍ଡ ଉ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ବୋର୍ଡ ଉପସଭାପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ     ବିଜୟ ପଟ୍ଟନାୟକ


ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)

- ଓଟିଇଟିପ୍ରଶ୍ନପତ୍ର ଲିକ ପରେ

ବୋର୍ଡ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ।

ସେ କହିଛନ୍ତି ଯେ, ହାତ ଲେଖା ପ୍ରଶ୍ନପତ୍ର ଲାପଟପରୁ ବାହାରିଲା ବୋଲି କୁହାଯାଉଛି । ପ୍ରଶ୍ନ

ଉଠୁଛି ବୋର୍ଡ ଉପସଭାପତି ଲାପଟପରେ ଏଭଳି ପ୍ରଶ୍ନପତ୍ର ରୁହେ କି? ଲିକ କରିଥିବା ବ୍ୟକ୍ତିଙ୍କୁ ପାସ ୱାର୍ଡ ଦେଲା କିଏ? ପୂର୍ବରୁ

ବୋର୍ଡ ଉପସଭାପତିଙ୍କୁ ଅପସରଣ କରିବା ପାଇଁ ବହୁବାର ଅଭିଯୋଗ ହୋଇଛି । ସରକାର ଜଣେ ବ୍ୟକ୍ତିକୁ କାହିଁକି

ଏତେ ବର୍ଷ ଧରି ଗୋଟିଏ ପଦବୀରେ ରଖିଥିଲେ ? ଚାରୁ ମାଇଣ୍ଡ ୱାର୍କସ

ନାମକ ଏକ ରାଜସ୍ଥାନର ଘରୋଇ ସଂସ୍ଥା ପରୀକ୍ଷା ସହ ସଂଶ୍ଲିଷ୍ଟ ଅଛି । ଯେଉଁ ସଂସ୍ଥା ବୋର୍ଡ

ଉପସଭାପତି ନିହାର ମହାନ୍ତିଙ୍କ ଝିଅ ଓ ଜ୍ୱାଇଁଙ୍କର ବୋଲି ଚର୍ଚ୍ଚା ହେଉଛି । ଏ ଦିଗରେ ସରକାର

ନିରପେକ୍ଷ ତଦନ୍ତ କରନ୍ତୁ । ବୋର୍ଡ ଉପସଭାପତିଙ୍କ ସମ୍ପୃକ୍ତି ନେଇ ତଦନ୍ତ ହେଉ । ତାଙ୍କୁ ସେ

ପଦରୁ ଅପସାରଣ କରାଯାଉ । କ୍ରାଇମବ୍ରାଞ୍ଚ ସହ ପ୍ରଶାସନିକ ତଦନ୍ତ ପାଇଁ ଦାବି କରିଛନ୍ତି ବିଜୟ ପଟ୍ଟନାୟକ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande