ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଓଟିଇଟି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ ଏ ସରକାରରେ ଯାହା ଯାହା ପରୀକ୍ଷା ହେଉଛି କେଉଁଠି ପ୍ରଶ୍ନ ପତ୍ର ଲିକ୍ ହେଉଛି ଆଉ କେଉଁଠି ପରୀକ୍ଷା ପରିଚାଳନାରେ ବିଭ୍ରାଟ ହେଉଛି। ସରକାର ଗୋଟେ ବିଲ ବି ବିଧାନସଭା ରେ ଆଣିଥିଲେ ଯେ ଏଭଳି ଘଟଣା ଘଟିଲେ କୋଟିଏ ଟଙ୍କାର ଜରିମାନା ଓ ସସ୍ରମ କାରାଦଣ୍ଡ ହେବ। ଯେତେ କଡା ଆଇନ ଆଣିବା ପରେ ନିଜ ଦପ୍ତର ସମ୍ଭାଳି ପାରୁନାହାନ୍ତି ସରକାର । ଏହି କାମ କେହି ବାହାର ଲୋକ କରି ନାହାନ୍ତି। ଯେଉଁ ମାନେ ଦାୟିତ୍ୱ ରେ ଅଛନ୍ତି ସେମାନେ ହିଁ କରିଛନ୍ତି ବୋଲି ଖୋଦ ସରକାର କରିଛନ୍ତି । ଏଥିରୁ ଜଣା ପଡ଼ୁଛି ସରକାର ଙ୍କର ସବୁ ଖୋଲା ମେଲା ହେଇ ଯାଇଛି । କିଛି ସୁରକ୍ଷା ହିଁ ନାହିଁ। ଯେଉଁମାନେ ରକ୍ଷକ ସେହି ମାନେ ହିଁ ଭକ୍ଷକ। ଯେଉଁମାନେ ସମ୍ପୃକ୍ତ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ପରୀକ୍ଷା ତୁରନ୍ତ ସରକାର କରାନ୍ତୁ।
ସେ ଆହୁରି କହିଛନ୍ତି ଯେ ପୁରୀ ଦଳାଚକଟା ତଦନ୍ତ ରିପୋର୍ଟରେ କାହାକୁ ଦୋଷୀ କରାଯାଇଛି, ସରକାର କୁହନ୍ତୁ। ଦଳାଚକଟା ପାଇଁ ଓଡିଶାକୁ ନିନ୍ଦିତ ହେବାକୁ ପଡ଼ିଲା। ତଦନ୍ତ ରିପୋର୍ଟ ସାର୍ବଜନିନ କରାଯାଉ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା