ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୃବୁର୍ତ
ଧର୍ମଶାଳା,୧ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଗଙ୍ଗାଧରପୁର ପଂଚାୟତ ନାକପୋଲ ଗ୍ରାମର ଦେବ ପ୍ରସାଦ ରାୟଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଦୁର୍ବୃତମାନେ ଘର ତାଲାଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତ କାଲି ରାତିରେ ଶ
ଘର ତାଲା ଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଲୁଟିନେଲେ ଦୃବୁର୍ତ


ଧର୍ମଶାଳା,୧ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଗଙ୍ଗାଧରପୁର ପଂଚାୟତ ନାକପୋଲ ଗ୍ରାମର ଦେବ ପ୍ରସାଦ ରାୟଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଦୁର୍ବୃତମାନେ ଘର ତାଲାଭାଙ୍ଗି ଲକ୍ଷ୍ୟାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତ କାଲି ରାତିରେ ଶ୍ରୀ ରାୟ ଓ ତାଙ୍କ ପରିବାର ଲୋକ ଗୋଟିଏ ଘରେ ଶୋଇଥିଲେ। ଅନ୍ୟ ଏକ କୋଠରୀରେ କେହି ନଥିବାର ସୁଯୋଗ ନେଇ ଦୃବୁର୍ତମାନେ ତାଲା ଭାଙ୍ଗି ଘରେ ପଶିବା ସହିତ ଗଡ଼ରେଜରେ ଥିବା ନଗଦ ୧ଲକ୍ଷ ଟଙ୍କା, ସଙ୍ଘରୁ ଅଣାଯାଇଥିବା ୩୨ହଜାର ୫୦୦ଟଙ୍କା, ୮ଗୋଟି ସୁନା ମୁଦି, ୩ଗୋଟି କାନଫୁଲ, ସୁନା ଚେନ ୧ଗୋଟି, ସୁନା ବାଉଟି ୩ଗୋଟି, ସାଂଖୀ ୨ଗୋଟି, ରୁପା ଅଳଙ୍କାର ଓ ବିଭିନ୍ନ ବ୍ୟାଙ୍କର ୫ଗୋଟି ଫିକ୍ସ ଡିପୋଜିଟ ବଣ୍ଡ ଲୁଟି ନେଇଛନ୍ତି। ଯାହାର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି। ଆଗକୁ ଝିଅ ବାହାଘର ଥିବାରୁ ସମସ୍ତ ଅଳଙ୍କାର ଓ ଟଙ୍କା ଯୋଗାଡ଼ କରିଥିଲେ ବୋଲି ଶ୍ରୀ ରାୟ କହିଛନ୍ତି। ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଘଟଣା ସ୍ଥଳରେ ପହଁଂଚି ସାଇଂଟିଫିକ ଟିମ ସହାୟତାରେ ତଦନ୍ତ କରାଯାଇଛି । ଜାରକା ଅଂଚଳରେ ଏଭଳି ଭାବେ ଦିନକୁ ଦିନ ଚୋରି ବୃଦ୍ଧି ପାଉଥିବା ଯୋଗୁ ପୁଲିସ ପରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande