ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)- ଓଡିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପତି ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ
ନେତା ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
କରିଛନ୍ତି। ସେ କହିଛନ୍ତି ଯେ, ତିଳକଙ୍କ ସ୍ୱରାଜ୍ୟ ଉଦଘୋଷ
ଦେଶର ଆତ୍ମାକୁ ଆନ୍ଦୋଳିତ କରିଥିଲା ଓ ଏହି ଘୋଷଣା ଦେଶର ସ୍ୱାଧୀନତା ପାଇଁ ଜାତୀୟ ସଙ୍କଳ୍ପକୁ
ନୂଆ ଶକ୍ତି ଦେଇଥିଲା। ରାଜଭବନ ପକ୍ଷରୁ ଜାରି ହୋଇଥିବା ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ରାଜ୍ୟପାଳ
ଲେଖିଛନ୍ତି ଯେ, ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କ ପୁଣ୍ୟତିଥିରେ ଭାବପୂର୍ଣ୍ଣ
ଶ୍ରଦ୍ଧାଞ୍ଜଳି। ସେ ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ନାୟକ ଥିଲେ,
ତାଙ୍କର
ସ୍ୱରାଜ୍ୟ ଉଦଘୋଷ ଦେଶର ଆତ୍ମନିର୍ଭରତା ଭାବନାକୁ ଜାଗ୍ରତ କରିଥିଲା। ତାଙ୍କ ଐତିହ୍ୟ ଆଜି ମଧ୍ୟ
ପିଢି ପରେ ପିଢିକୁ ପ୍ରେରଣା ଦେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା