ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ 'ଶକ୍ତିଶ୍ରୀ' ସଂଯୋଜିକା । ଏନେଇ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗ ବଡ଼ ପଦକ୍ଷେପ ନେଇଛି। ଜଣେ ଅଧ୍ୟାପିକାଙ୍କୁ ଶକ୍ତିଶ୍ରୀ ସଂଯୋଜିକା ଭାବେ ମନୋନୀତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଅଗଷ୍ଟ ୪ ସୁଦ୍ଧା 'ଶକ୍ତିଶ୍ରୀ' ସଂଯୋଜିକା ମନୋନୀତ କରି ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି। ଛାତ୍ରୀଙ୍କୁ ସଶକ୍ତୀକରଣ ଓ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବେ ଶକ୍ତିଶ୍ରୀ' ସଂଯୋଜିକା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା