ବଦଳିଲେ ବିବାଦୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପରିଚାଳିକା
ଧର୍ମଶାଳା,୧ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିଲା । ବହୁ ବିବାଦରେ ଫସିଥିବା ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପରିଚାଳିକା ସସ୍ମିତା ମଲିିକଙ୍କର ଶେଷରେ ବଦଳି ହୋଇଥିବା ଜଣାପଡିଛି । ତାଙ୍କୁ ଅନୁଗୁଳ ଜିଲାକୁ ବଦଳି କରାଯାଇ ଥ
ବଦଳିଲେ ବିବାଦୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପରିଚାଳିକା


ଧର୍ମଶାଳା,୧ଅଗଷ୍ଟ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିଲା । ବହୁ ବିବାଦରେ ଫସିଥିବା ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପରିଚାଳିକା ସସ୍ମିତା ମଲିିକଙ୍କର ଶେଷରେ ବଦଳି ହୋଇଥିବା ଜଣାପଡିଛି । ତାଙ୍କୁ ଅନୁଗୁଳ ଜିଲାକୁ ବଦଳି କରାଯାଇ ଥିବା ଜଣାପଡିଛି । ବହୁ ସମୟରେ ବିବାଦୀୟ ପରିଚାଳିକା ବହୁ ସମୟରେ ଗ୍ରାହକମାନଙ୍କୁ ହଇରାଣ ହରକତ କରିବା ସହ ସେମାନଙ୍କୁ ଦୃବ୍ୟହାର କରିବା ନେଇ ବାରମ୍ବାର ଧର୍ମଶାଳା ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଏବଂ ବ୍ୟାଙ୍କ ଗ୍ରାହକ ସମିତି ଏକଜୁଟ ହୋଇ ତାଙ୍କ ବିରୋଧରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ବହୁ ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ ଏଠାରୁ ବଦଳି କରିବା ପରେ ଧର୍ମଶାଳା ଅଂଚଳରେ ଗ୍ରାହକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande