ରାଜ୍ୟସଭାରେ ସିଆଇଏସଏଫଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ଖଡଗେ
ନୂଆଦିଲ୍ଲୀ, 1 ଅଗଷ୍ଟ (ହି.ସ.)- ସଂସଦର ମୌସୁମୀ ଅଧିବେଶନରେ ଜାରି ଅଚଳାବସ୍ଥା ମଧ୍ୟରେ ରାଜ୍ୟସଭାରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ)ର ଯବାନଙ୍କ ଉପସ୍ଥିତକୁ ନେଇ ବିରୋଧୀମାନେ ତୀବ୍ର ବିରୋଧ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲ
ରାଜ୍ୟସଭାରେ ସିଆଇଏସଏଫଙ୍କ     ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ଖଡଗେ


ନୂଆଦିଲ୍ଲୀ, 1 ଅଗଷ୍ଟ (ହି.ସ.)- ସଂସଦର ମୌସୁମୀ

ଅଧିବେଶନରେ ଜାରି ଅଚଳାବସ୍ଥା ମଧ୍ୟରେ ରାଜ୍ୟସଭାରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ)ର ଯବାନଙ୍କ ଉପସ୍ଥିତକୁ ନେଇ ବିରୋଧୀମାନେ ତୀବ୍ର ବିରୋଧ କରିଛନ୍ତି

। କଂଗ୍ରେସ ଅଧ୍ୟକ୍ଷ ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏହି ବିଷୟରେ

ଶୁକ୍ରବାର ଉପସଭାପତି ହରିବଂଶଙ୍କୁ ଚିଠି ଲେଖି ବିଷୟଟିକୁ ଆଶ୍ଚର୍ଯ୍ୟଜନକ ଓ ଅପମାନଜନକ ବୋଲି କହିଛନ୍ତି

। ଖଡ଼ଗେ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଏହା ଦ୍ୱିତୀୟଥର ଯେତେବେଳେ ସିଆଇଏସଏଫର ଯବାନମାନେ

ରାଜ୍ୟସଭାର ବେଲ୍ ଭିତରକୁ ପ୍ରବେଶ କରିଛନ୍ତି, ଯେତେବେଳେ

କି ସଦସ୍ୟମାନେ ଲୋକଙ୍କ ସହ ସଂପୃକ୍ତ ପ୍ରସଙ୍ଗକୁ ନେଇ ପ୍ରତିବାଦ କରୁଥିଲେ। ସେ କହିଛନ୍ତି, ଆମେ ଏହା ଦେଖି ଆଶ୍ଚର୍ଯ୍ୟଚକିତ ଓ ସ୍ତବ୍ଧ ଯେ ଯେତେବେଳେ ସଦସ୍ୟମାନେ

ତାଙ୍କ ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରୁଛନ୍ତି, ସେତେବେଳେ

ସିଆଇଏଫଏଫର ଯବାନମାନଙ୍କୁ ବେଲ୍ ଭିତରକୁ ପଠାଯାଉଛି। କଣ ସଂସଦକୁ ଏପରି ଅବସ୍ଥାକୁ ଖସାଇ

ଦିଆଯାଇଛି?” ଭବିଷ୍ୟତରେ ଯେତେବେଳେ ସାଂସଦମାନେ ଜନହିତ ମାମଲା ଉପରେ ସ୍ୱର ଉଠାଇବେ, ସେତେବେଳେ ସିଆଇଏସଏଫର ଯବାନମାନଙ୍କୁ ଗୃହ ଭିତରକୁ ପ୍ରବେଶ କରିବାକୁ

ଦିଆନଯାଉ ବୋଲି ସେ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande